www.samajalive.in
Saturday, December 6, 2025
14.1 C
Bhubaneswar

ଓଆରଏଚଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାରଙ୍କ ସହ ୬ଜଣଙ୍କୁ ଜେଲ୍

ଭୁବନେଶ୍ବର: ଆଇଏଏସ୍ ବିନୋଦ କୁମାରଙ୍କୁ ଭୁବନେଶ୍ବରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଓଆରଏଚଡିସି ଦୁର୍ନୀତି ମାମଲାରେ ଶୁଣାଣି କରି ଏହି ଦଣ୍ଡାଦେଶ ଦିଆଯାଇଛି। ଏହାସହ ବିନୋଦ କୁମାରଙ୍କୁ ୫୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ୩ବର୍ଷ ଲେଖାଏଁ କୋର୍ଟ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ମଲ୍ଲିକଙ୍କୁ କୋର୍ଟ ଦୋଷମୁକ୍ତ କରିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଆଇଏଏସ୍ ଅଧିକାରୀ ବିନୋଦ କୁମାର ଓଆରଏଚଡିସିର ପରିଚାଳନା ନିର୍ଦେଶକ ଥିବା ବେଳେ ଅନୁଚିତ ଅନୁକମ୍ପା ଦେଖାଇ ଋଣ ସହିତ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆଇଏଏସ୍ ବିନୋଦ କୁମାରଙ୍କ ସହ ୬ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସୋମବାର ଦିନ ସେମାନଙ୍କ ବିରୋଧରେ ଦଣ୍ଡାଦେଶ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories