www.samajalive.in
Saturday, December 6, 2025
15.1 C
Bhubaneswar

ବିଧାନସଭା ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା; କୋଭିଡ୍‌ ପାଇଁ‌ ନିୟୋଜିତ ସ୍ବତନ୍ତ୍ର ସ୍କ୍ବାଡ୍

ଭୁବନେଶ୍ବର : ମଙ୍ଗଳବାରଠାରୁ ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ। ସମ୍ପ୍ରତି କୋଭିଡ-୧୯ ପାଇଁ ବିଧାନସଭା ଅଧିବେଶନ ଲାଗି କମିସନରେଟ୍‌ ପୁଲିସ ସ୍ବତନ୍ତ୍ର ପ୍ରସ୍ତୁତି କରିଛି। ଆସନ୍ତାକାଲି ମଧ୍ୟାହ୍ନରେ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ। ପୁଲିସ ମହାନିର୍ଦେଶକ ପ୍ରତ୍ୟେକ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଥାନ୍ତି। ସୋମବାର ଦିନ ସାଢ଼େ ୧୨ଟା ବେଳେ ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଭୁବନେଶ୍ବର ଉମାଶଙ୍କର ଦାସ ଏବଂ ଗୁଇନ୍ଦା ନିର୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି। କୋଭିଡ ନିୟମାବଳୀକୁ ଦୃଷ୍ଟିରେ ରଖି ବିଧାନସଭା ସୁରକ୍ଷା ବ୍ୟବସ୍ଥାରେ ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ବିକ୍ଷୋଭ ଓ ଧାରଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। କୌଣସି ସଂସ୍ଥାକୁ ବିକ୍ଷୋଭ ପ୍ରଦର୍ଶନ ବା ଧାରଣା ଦେବାକୁ ଅନୁମତି ଦିଆଯାଇ ନାହିଁ ବୋଲି ପୁଲିସ କମିସନର ଡ. ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। କୋଭିଡ୍‌ ପରିପ୍ରେକ୍ଷୀରେ ବିଧାନସଭା ଲାଗି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ ଫୋର୍ସ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି ପ୍ରତ୍ୟେକ ପୁଲିସ ଅଧିକାରୀ ଓ କର୍ମଚାରୀ ମାସ୍କ ପିନ୍ଧିବେ। ସବୁଠାରୁ ଗୁୁରୁତ୍ବପୂର୍ଣ୍ଣ ଏଥର କୋଭିଡ ପଜିଟିଭ୍‌ରୁ ସୁସ୍ଥ ହୋଇ ଫେରିଥିବା ପୁଲିସ ଅଧିକାରୀ ଓ କନଷ୍ଟେବଳଙ୍କୁ ନେଇ ଏକ ସ୍ବତନ୍ତ୍ର ଫୋର୍ସ ଗଠନ କରାଯାଇଛି। ଏହି ଫୋର୍ସ ବିଧାନସଭା ଚାଲିଥିବା ସମୟରେ ଜନଗହଳି ବା କୌଣସି ଅପ୍ରୀତିକର ପରିସ୍ଥିତି ହେଲେ ପ୍ରତ୍ୟକ୍ଷ ଭାବେ ଭିଡ଼ ନିୟନ୍ତ୍ରଣ କରିପାରିବ। ଏହି ସ୍କ୍ବାଡ୍‌କୁ ସଂକ୍ରମଣ ହେବାର ଆଶଙ୍କା ରହିବ ନାହିଁ ବୋଲି କହିଛନ୍ତି ଡିସିପି ଡ. ଦାସ। କମିସନରେଟ୍‌ ପୁଲିସର ଏପର୍ଯ୍ୟନ୍ତ ପ୍ରାୟ ୧୦୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ କରୋନାରେ ସଂକ୍ରମିତ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୫୦୦ରୁ ଅଧିକ ଫେରି କାର୍ଯ୍ୟରେ ଯୋଗ ଦେଇସାରିଲେଣି। ବିଶେଷକରି ସେମାନେ ସୁରକ୍ଷା ଦାୟିତ୍ବର ଅଗ୍ରଣୀ ଭୂମିକା ଗ୍ରହଣ କରିବେ ବୋଲି ଡିସିପି କହିଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ପୁଲିସ ଫୋର୍ସ ଆସିଥାନ୍ତି। ହେଲେ ଏଥର ଦୂରଦୂରାନ୍ତରୁ ପୁଲିସ ଫୋର୍ସ ଅଣାଯାଇ ନ ଥିବା ଜଣାପଡ଼ିଛି। ବିଧାନସଭାର ୨ଟି ଗେଟ୍‌କୁ ଖୋଲାଟିବା ଲାଗି ବ୍ୟବହାର କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories