www.samajalive.in
Friday, December 5, 2025
20.1 C
Bhubaneswar

“ମୁଁ ବି ସମର୍ଥ” କାର୍ଯ୍ୟକ୍ରମରେ ବୈଜ୍ଞାନିକଙ୍କ ମତ- ଉଦ୍ଭିଦବିଜ୍ଞାନରେ କ୍ୟାରିୟର ସୁଯୋଗ ଉଜ୍ୱଳ

ନବରଙ୍ଗପୁର: ସାଂପ୍ରତିକ ପରିସ୍ଥିତିରେ ଉଦ୍ଭିଦ ବିଜ୍ଞାନ କ୍ୟାରିୟରରେ ଭରପୁର ସୁଯୋଗ ରହିଛି ବୋଲି “ମୁଁ ବି ସମର୍ଥ” କାର୍ଯ୍ୟକ୍ରମରେ ଉପସ୍ଥିତ ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମର ଚତୁର୍ଥ ଭାଗରେ ଅନୁଷ୍ଠିତ ଭିଡିଓ କନ୍‍ଫରେନ୍ସରେ ଯୋଗଦେଇ ରାଷ୍ଟ୍ରୀୟ ବନଷ୍ପତି ଅନୁସନ୍ଧାନ ସଂସ୍ଥା, ଲକ୍ଷ୍ନୌର ପ୍ରଧାନ ବୈଜ୍ଞାନକି ଡଃ.ଚନ୍ଦ୍ରଶେଖର ମହାନ୍ତ ଯୋଗଦେଇ ଗୁଳ୍ମ, ପୁଷ୍ପ ଓ ସୁଗନ୍ଧି ଫସଲରେ କ୍ୟାରିୟର କରିବା ଅନେକ ସୁଯୋଗ କରିଛି।

ସିଏସ୍‍ଆଇଆର, ଆଇସିଏଆର ଓ ଡିବିଟିଭଳି ଗବେଷଣା ସଂସ୍ଥାନରେ ବୈଜ୍ଞାନକି ହେବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରିବା ଦରକାର ବୋଲି କହିଥିଲେ। କେନ୍ଦ୍ରୀୟ ପନିପରିବା ପରୀକ୍ଷଣ କେନ୍ଦ୍ରର ପ୍ରଧାନବୈଜ୍ଞାନିକ ଡଃ.ପି.ଶ୍ରୀନିବସ କୃଷି ଓ ଉଦ୍ୟାନ କୃଷି ସାଙ୍ଗକୁ ଉଦ୍ୟୋଗୀ ଦିଗରେ ରହିଥିବା ସୁଯୋଗ ସଂପର୍କରେ ସୂଚନା ଦେଇଥିଲେ। ନବରଙ୍ଗପୁର ଜିଲାର ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଡଃ.ପ୍ରଦୋଷ କୁମାର ପଣ୍ଡା ଛାତ୍ରଛାତ୍ରୀ ନିଷ୍ଠାର ସହ ନିଜର ରୂଚି ହିସାବରେ କ୍ୟାରିୟର ତିଆରି କରିବା ଦିଗରେ ସୂଚନା ଦେଇଥିଲେ। ଏନଭି ପଟେଲ ଆନନ୍ଦ, ଗୁଜୁରାଟର ସହକାରୀ ପ୍ରଫେସର ଡଃ.ସୁସ୍ମିତା ସାହୁ ଯୋଗଦେଇ ‘ମୁଁ ବି ସମର୍ଥ’ କାର୍ୟ୍ୟକ୍ରମ ମାଧ୍ୟମରେ ଓଡିଶା ଓ ଅନ୍ୟ ରାଜ୍ୟର ଶିକ୍ଷାର୍ଥୀ ମଧ୍ୟରେ ଭାବ ବିନିମୟ ହେବା ସହ ଉଦ୍ଭିଦ ବିଜ୍ଞାନରେ ରହିଥିବା ବିଭିନ୍ନଦିଗ ସଂପର୍କରେ ଅବଗତ କରାଇଥିଲେ। ପରିବେଶ ବିଜ୍ଞାନ ରହିଥିବା ଅପୂର୍ବ ସୁଯୋଗକୁ ଆପଣାଇବା ଦରକାର ବୋଲି କହିଥିଲେ। ଭୂବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେ଼ସର ତିଳୋତ୍ତମା ଭତ୍ରା ଯୋଗଦେଇ ଉଭିଦ ବିଜ୍ଞାନ ବାଇଓ-ଟେକନୋଲୋଜୀ ବିଭାଗରେ କିପରି ନିଜକୁ ପ୍ରସ୍ତୁତ କରିବେ ସେହି ସଂପର୍କରେ କହିଥିଲେ। ଏହି କାର୍ୟ୍ୟକ୍ରମର ସଂଯୋଜକ ତଥା ଉପସ୍ଥାପକ ଲକ୍ଷ୍ମୀନରାୟଣ ବକ୍ସି ଯୋଗଦେଇ ଶିକ୍ଷାର୍ଥୀମାନଙ୍କର ପାଇଁ ବିଭିନ୍ନ ବିଷୟରେ ନିଜକୁ ପ୍ରସ୍ତୁତ କରି ଭବିଷ୍ୟତ ଗଠନ ସଂପର୍କରେ କହିଥିଲେ। ଓଡିଶା ବିଭିନ୍ନ ଜିଲାର ବିଦ୍ୟାର୍ଥୀଙ୍କ ସହ ଗୁରୁଜରାଟ ରାଜ୍ୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories