www.samajalive.in
Saturday, December 6, 2025
14.1 C
Bhubaneswar

ଭୁଷୁଡ଼ିଲା ୩ ମହଲା କୋଠା: ୨ଶିଶୁ ମୃତ, ୩ଗୁରୁତର,୧୦ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀ ଅଶୋକ ବିହାର ଫେଜ୍‍ ୩ଅଞ୍ଚଳରେ ୩ମହଲା କୋଠା ଭୁଷୁଡ଼ି ପଡ଼ିବାରୁ ୨ଜଣ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଉଦ୍ଧାରକାରୀ ଦଳ ଭଙ୍ଗା କୋଠା ମଧ୍ୟରୁ ଅଦ୍ୟାବଧି ୨ମୃତ ଶିଶୁଙ୍କ ସମେତ ୧୦ଜଣଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବା ଜଣାପଡ଼ିଛି। କୋଠାଟି ଦୀର୍ଘ ବର୍ଷ ଧରି ମରାମତି ହୋଇ ନଥିବାରୁ ଭୁଷୁଡ଼ି ପଡ଼ିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି। କୋଠା ହଠାତ୍‍ ଭୁଷୁଡ଼ି ପଡ଼ିବାରୁ ଏଥିରେ ରହୁଥିବା ବ୍ୟକ୍ତିମାନେ ବାହାରକୁ ବାହାରିବାର ସମୟ ପାଇ ନଥିଲେ। ଲାଗି ରହିଥିବା ବର୍ଷା ହେତୁ ଦିଲ୍ଲୀର ଏକାଧିକ ସ୍ଥାନରେ ଏଭଳି କୋଠା ଭୁଷୁଡ଼ିବା ଘଟଣା ଲାଗି ରହିଛି। ଏଭଳି ଘଟଣାରେ ଅଦ୍ୟାବଧି ୧୦ରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ପ୍ରାଣ ହରାଇଛନ୍ତି। କୋଠାଟି ଏକକାଳୀନ ଭାଙ୍ଗି ପଡ଼ିବାରୁ ଆଖପାଖର ଏତେକ କୋଠା ମଧ୍ୟ ଏହାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories