www.samajalive.in
Sunday, December 14, 2025
19.1 C
Bhubaneswar

ଗୋଟିଏ ଗାଁ, ତିନିଟି ନାଁ

ରାୟଗଡ଼(ଗଜପତି) : ଗ୍ରାମ ଗୋଟିଏ; କିନ୍ତୁ ତିନିଟି ନାମ। ଦୁଇ ରାଜ୍ୟର ତିନି ଜିଲା ପ୍ରଶାସନ ଏଠାରେ ଉପସ୍ଥିତି ଜାହିର କରୁଛନ୍ତି। ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପରିବାର ରହୁଛନ୍ତି ଗ୍ରାମରେ। ଉକ୍ତ ଗ୍ରାମରେ ଆନ୍ଧ୍ରର ପ୍ରଭାବ ଅଧିକ। ଆନ୍ଧ୍ର ଏହାକୁ ଅକ୍ତିଆର କରିବାରେ ଲାଗିଛି। ଏସବୁର କାରଣ ଓଡ଼ିଶା ପ୍ରଶାସନର ଆନ୍ତରିକତାର ଅଭାବ। ଗ୍ରାମଟି ହେଉଛି ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି।

ଗୋଟିଏ ଗ୍ରାମ ୩ଟି ନାମରେ ପରିଚିତ। ଗଜପତି ତଥା ଓଡ଼ିଶା ରାଜ୍ୟ ଅନୁଯାୟୀ ଏହା ଗୁଡିଖୁଡି। ଆନ୍ଧ୍ର ଏହି ଗ୍ରାମର ନାମକରଣ କରିଛି ଗୁଡିଖୋଳା। ଗଂଜାମ ଜିଲା ପ୍ରଶାସନ ଏହି ଗ୍ରାମ ଗଞ୍ଜାମର ବୋଲି ଦର୍ଶାଉଛି। ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ସବିତା ଶବରଙ୍କ ବାସଗୃହର କାନ୍ଥରେ ଲାଗିଥିବା ଫଳକରେ ଉଲ୍ଲେଖ ରହିଛି ଯେ, ଏହା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଅବନ୍ଦିଆ ଗ୍ରାମ। ଏହା ଆର୍ଥିକ ବର୍ଷ ୨୦୨୧-୨୦୨୨ରେ ନିର୍ମିତ ହୋଇଥିବା ଫଳକରେ ଉଲ୍ଲେଖ ରହିଛି।

- Advertisement -

ଗ୍ରାମକୁ ନେଇ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏଥିରେ ଗଂଜାମ ଜିଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ଉଲ୍ଲେଖ ରହିଛି। ଗଜପତି ଜିଲା ପ୍ରଶାସନ ପକ୍ଷରୁ ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତରେ ଗୁଡିଖୁଡି ଗ୍ରାମ ରହିଥିବା ଉଲ୍ଲେଖ କରାଯାଇଛି। ଏଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଏହା ଗଜପତି ଜିଲା ଅନ୍ତର୍ଗତ ବୋଲି ଉଲ୍ଲେଖ ରହିଛି। ଗ୍ରାମର ବହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହରେ ତାହା ଆନ୍ଧ୍ରର ବୋଲି ଉଲ୍ଲେଖ ରହିଛି। ଏପରିସ୍ଥଳେ ଗୁଡ଼ିଖୁଡ଼ି-ଗୁଡିଖୋଲା-ଅବନ୍ଦିଆ ଗ୍ରାମ କେଉଁ ରାଜ୍ୟ ଓ ଜିଲାରେ ରହିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗଜପତି ଜିଲା ପ୍ରଶାସନ ତଥା ରାଜସ୍ୱ ବିଭାଗର ଖାମଖିଆଲି ମନୋବୃତ୍ତି ଯୋଗୁଁ ଓଡ଼ିଶାର ଏହି ଗ୍ରାମ ଆନ୍ଧ୍ର ଅକ୍ତିଆରକୁ ଚାଲିଯାଉଥିବା ଅଭିଯୋଗ ହେଉଛି। ଗ୍ରାମବାସୀଙ୍କୁ ବିଦ୍ୟୁତ ସେବା ଠାରୁ ଆରମ୍ଭ କରି ଆବାସିକ ଯୋଜନା, ସ୍ୱାସ୍ଥ୍ୟସେବା ଆଦି ଆନ୍ଧ୍ର ସରକାର ଯୋଗାଉଛନ୍ତି। ଏପରିକି ଆଧାର କାର୍ଡ, ରେସନକାର୍ଡ, ଭୋଟର କାର୍ଡ ଗ୍ରାମବାସୀଙ୍କୁ ଆନ୍ଧ୍ର ପ୍ରଦାନ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଆଧାର କାର୍ଡ, ରେସନ କାର୍ଡ, ଭୋଟର କାର୍ଡ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଛି।

ଏହି ଗ୍ରାମର ପ୍ରାୟତଃ ପରିବାର ନିକଟରେ ଉଭୟ ରାଜ୍ୟର ବିଭିନ୍ନ କାର୍ଡ ରହିଛି। ଆନ୍ଧ୍ର ଓ ଓଡ଼ିଶା ସରକାର ତଥା ପ୍ରଶାସନ ଆସି ଏଠାରେ ବିଭିନ୍ନ ସୁବିଧା ଦେଉଛନ୍ତି। ଗ୍ରାମବାସୀ ଏସବୁର ସୁବିଧା ଉଠାଉଛନ୍ତି। ଗଙ୍ଗାବାଡ଼ ପଞ୍ଚାୟତର ଏଭଳି ଗୋଟିଏ ଗ୍ରାମ ନୁହଁ; ଅନେକ ଗ୍ରାମରେ ଏପରି ପରିସ୍ଥିତି ରହିଛି। ଶାସନ ଓ ରାଜସ୍ୱ ବିଭାଗ ପୁନଃ ସର୍ଭେ ବା ଡିମାର୍କେସନ(ସୀମା ଚିହ୍ନଟ) କରି ସୀମାନ୍ତ ଗ୍ରାମାଞ୍ଚଳକୁ ଆବଶ୍ୟକ ସେବା ଯୋଗାଇଦେଲେ ଆନ୍ଧ୍ର ପ୍ରଦେଶ ପ୍ରଲୋଭନ ଦେଖାଇ ଗ୍ରାମବାସୀଙ୍କୁ ନିଜ ଆଡକୁ ଟାଣିବାରେ ସକ୍ଷମ ହେବ ନାହିଁ ବୋଲି କୁହାଯାଉଛି । ଇତି ମଧ୍ୟରେ ସୋମବାର ରାଜ୍ୟ ୮୮ ତମ ଉତ୍କଳ ଦିବସ ପାଳନ କରୁଥିବା ବେଳେ ରାଜ୍ୟର ବିଭିନ୍ନ ଗ୍ରାମର ଭୌଗଳିକ ସ୍ଥିତି ସ୍ପଷ୍ଟ ହେଉନଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ନିନ୍ଦା କରାଯାଇଛି l ସରକାରଙ୍କ ଅପାରଗତା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ମତ ପ୍ରକାଶ ପାଉଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories