www.samajalive.in
Tuesday, December 9, 2025
23.1 C
Bhubaneswar

କିଆ ସୋନେଟ୍‌ର ନୂତନ ସଂସ୍କରଣରେ ରହିଛି ଏହି ନୂଆ ଫିଚର

ଭୁବନେଶ୍ବର: ଏଠାରେ ଥିବା ସେଣ୍ଟ୍ରାଲ କିଆ ଡିଲର୍ସ ଦ୍ବାରା ଶୁକ୍ରବାର କିଆ ସୋନେଟ୍ (ଏସ୍‌ ୟୁ ଭି)ର ନୂତନ ସଂସ୍କରଣ କାର ବଜାର ପ୍ରବେଶ କରିଛି। ଏହାକୁ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ କୁମାର ଚୌଧୁରୀ ନୂତନ ସଂସ୍କରଣର ବଜାର ପ୍ରବେଶ କରାଇଥିଲେ। ସେଣ୍ଟ୍ରାଲ କିଆ ଜେନେରାଲ ମ୍ୟାନେଜର ପ୍ରଶାନ୍ତ ବେହେରା, ଉପସ୍ଥିତ ଥିଲେ। ଏ

ସ୍‌ ୟୁ ଭି ୬ଟି ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ଏବଂ ପୂର୍ବରୁ ପ୍ରଚଳିତ ସୋନେଟ୍ ଠାରୁ ଭିନ୍ନ। ଏହି ଗାଡି ଉଭୟ ପେଟ୍ରୋଲ ଏବଂ ଡିଜେଲ ଭର୍ସନ ସହ ଆଡାସ ସିଷ୍ଟମ ରହିଛି। ଏଥି ସହିତ ସନ୍‌ରୁଫ୍, ହାଇ କ୍ବାଲିଟି ଡିଜିଟାଲ ମିଟର ରହିଛି। ଏହାର ବେସ୍‌ ମଡେଲ ୭.୯୯ଲକ୍ଷ (ଏକ୍ସ ସୋରୁମ୍‌) ରହିଛି। ଗତ ଚାରି ବର୍ଷ ମଧ୍ୟରେ ଦିଆ କମ୍ପାନୀ ଦ୍ବାରା ନିର୍ମିତ ସୋନେଟ୍ ଗାଡ଼ିର ପ୍ରାୟ ୩.୫ଲକ୍ଷ ଗ୍ରାହକ ଅଛନ୍ତି। ନୂତନ କିଆ ସୋନେଟ୍ ଗାଡିଟି ଏଡଭାନ୍ସଟେକ୍ନୋଲୋଜି ଦ୍ବାରା ନିର୍ମିତ। ନୂତନ ଜ୍ଞାନ କୌଶଳରେ ତିଆରି ଉକ୍ତ ମଡେଲ ଗାଡିଟିର ଭିତର ଆକର୍ଷଣୀୟ ହୋଇଛି ଏବଂ ଲୋକଙ୍କୁ ବିଶେଷ ଭାବରେ ଆରମଦାୟକ ହେଉଛି। ଗାଡ଼ିଟିର ବିଶେଷତ୍ବକୁ ପରଖିବାପାଇଁ ଗ୍ରାହକ ମାନଙ୍କୁ ଟେଷ୍ଟଡ୍ରାଇଭ୍ ପାଇଁ ସଂସ୍ଥାର ମାଲିକ ବିଶାଲ୍ ଧୱନ୍‌ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସମଗ୍ର ଓଡ଼ିଶାରେ ସେଣ୍ଟ୍ରାଲ କିଆର ୬ଗୋଟି ସୋରୁମ୍ ଖୋଲିଛି ଏବଂ ଆଜି ପର୍ଯନ୍ତ ସେଣ୍ଟ୍ରାଲ କିଆ ୧୨୦୦୦ ଗାଡି ଓଡ଼ିଶାରେ ବିକ୍ରୟ କରିଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories