www.samajalive.in
Saturday, December 6, 2025
16.1 C
Bhubaneswar

ଫୋନ ଏବଂ ଲାପ୍‌‌ଟପକୁ ହ୍ୟାକିଂରୁ ସୁରକ୍ଷା ଦେବାକୁ ଚାହୁଁଥିଲେ…

ସମାଜ ଡିଜିଟାଲ ଡେସ୍କ: ଅନେକ ସମୟରେ ଲୋକଙ୍କ ମୋବାଇଲ୍‌‌ ଫୋନ୍‌‌ ଏବଂ ଲାପଟପ୍‌‌କୁ ସାଇବର ଅପରାଧୀମାନେ ହ୍ୟାକ୍‌‌ କରିନିଅନ୍ତି। ଏହା ବଦଳରେ ସେମାନେ ବ୍ଲାକ୍‌‌ମେଲ କରି ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ କରିଥାଆନ୍ତି। ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ଚୋରି କରିନିଅନ୍ତି। ଏଭଳି ସାଇବର ଅପରାଧ ଚିନ୍ତାର ବିଷୟ ପାଲଟିଛି। ସାଇବର ଅପରାଧୀଙ୍କ କବଳରୁ ନିଜକୁ ରକ୍ଷା କରିବା ତଥା ନିଜ ମୋବାଇଲ୍‌‌ ଫୋନ ଏବଂ ଲାପଟପକୁ ସୁରକ୍ଷା ଦେବା ଲାଗି ଆଣ୍ଟିଭାଇରସ୍‌‌ର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ। ତେବେ କେଉଁ ଆଣ୍ଟିଭାଇରସ୍‌‌ ଆପଣଙ୍କ ମୋବାଇଲ୍‌‌ ଓ ଲାପଟପ୍‌‌କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇପାରିବ ତାହାକୁ ନେଇ ମଧ୍ୟ ଅନେକ ସମୟରେ ପ୍ରଶ୍ନ ଉଠିଥାଏ। ମାତ୍ର ଏହି ଚିନ୍ତା ଏବେ ଦୂର କରିଛି କୁଇକ୍‌‌ ହିଲ୍‌‌ ଟୋଟାଲ ସିକ୍ୟୁରିଟ ଆପ୍‌‌।

ଇଣ୍ଟରନେଟ୍‌‌ ଗୋପନୀୟତା ଏବଂ ନିରାପତ୍ତା କ୍ଷେତ୍ରରେ କୁଇକ୍‌‌ ହିଲ୍‌‌ ଟେକ୍ନୋଲୋଜି ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଥିବା କମ୍ପାନୀ ଦାବି କରିଛି। ଏହା ୱିଣ୍ଡୋଜ୍‌‌ ଅପରେଟିଂ ସିଷ୍ଟମ୍‌‌ର ସୁରକ୍ଷାକୁ ଅଧିକ ମଜଭୁତ କରିଥାଏ। ୱେବ୍‌‌ସାଇଟ୍‌‌, ସ୍ପାମ୍‌‌ ଏବଂ ମେସେଜିଂ ଆପ୍‌‌ ଭଳି ଇଣ୍ଟରନେଟ୍‌‌ ସୋର୍ସେସରୁ ଆସୁଥିବା ମାଲୱେରଗୁଡ଼ିକୁ ବାଧାଦେବାରେ ଏହା ସହାୟକ ହୋଇଥାଏ।

- Advertisement -

କେବଳ ଏତିକି ନୁହେଁ ମୋବାଇଲ୍‌‌ ଏବଂ ଲାପଟପକୁ ହ୍ୟାକ୍‌‌ କରିବା ପାଇଁ ଆସୁଥିବା ମାଲୱେରଗୁଡ଼ିକୁ ନିଷ୍କ୍ରିୟ କରିବାରେ ମଧ୍ୟ କୁଇକ୍‌‌ ହିଲ ଆଣ୍ଟିଭାଇରସ୍‌‌ ସହାୟକ ହୋଇଥାଏ। ଏଥିପାଇଁ କୁଇକ୍‌‌ ହିଲ୍‌‌ ଟୋଟାଲ ସିକ୍ୟୁରିଟିକୁ ଟପ୍‌‌ ରିମେଡିଏଶନ ଟାଇମ୍‌‌ ପୁରସ୍କାର ବି ମିଳିଛି। ଏହି ସିଷ୍ଟମ୍‌‌ ଇନ୍‌‌ଷ୍ଟଲ ହେବା ପରେ ସହଜରେ ମାଲୱେରଗୁଡ଼ିକୁ ନିଷ୍କ୍ରିୟ କରିଦେଇଥାଏ। ଅତି ଗୋପନୀୟତାର ସହିତ ଡିଭାଇସରେ ପ୍ରବେଶ କରୁଥିବା ମାଲୱେରଗୁଡ଼ିକୁ ମଧ୍ୟ କୁଇକ୍‌‌ ହିଲ ଟୋଟାଲ ସିକ୍ୟୁରିଟି ଠାବ କରିବାରେ ସହାୟକ ହୋଇଥାଏ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories