www.samajalive.in
Saturday, December 6, 2025
15.1 C
Bhubaneswar

ତୃତୀୟ ଲହରରେ ଟିକା ନେଇ ନଥିବା ବ୍ୟକ୍ତିଙ୍କର ହେଉଛି ମୃତ୍ୟୁ – ଗବେଷଣା

ନୂଆଦିଲ୍ଲୀ – ଦେଶରେ ଟିକା ନେଇ ନଥିବା ବ୍ୟକ୍ତିମାନଙ୍କର କୋଭିଡ୍‌ର ତୃତୀୟ ଲହରରେ ମୃତ୍ୟୁ ହେଉଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଏହା ବ୍ୟତୀତ ଆଶିଂକ ଟିକା ନେଇଥିବା ବ୍ୟକ୍ତିମାନେ ଗୁରୁତର ହେଉଛନ୍ତି କିମ୍ବା ସେମାନଙ୍କର ମୃତ୍ୟୁ ହେଉଛି । ଦିଲ୍ଲୀର ଏକ ବେସରକାରୀ ଡାକ୍ତରଖାନା ଏବଂ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି ।

ମାକ୍ସ ହେଲ୍ଥ କେୟାର ପକ୍ଷରୁ ଏହି ସର୍ବେକ୍ଷଣ କରାଯାଇଥିଲା । ଅଧିକାଂଶ ବୟସ୍କ ବ୍ୟକ୍ତିମାନଙ୍କର ତୃତୀୟ ଲହରରେ ମୃତ୍ୟୁ ହେଉଛି । ଏମାନଙ୍କର ଅନ୍ୟ ରୋଗ ଥିବା ମଧ୍ୟ ଏହି ସର୍ବେକ୍ଷଣରୁ ଜଣା ପଡିଛି । ସର୍ବେକ୍ଷଣରେ୬୦ ପ୍ରତିଶତ ମୃତକ ଆଦୌ ଟିକା ନେଇ ନଥିବା କିମ୍ବା ଗୋଟିଏ ଡୋଜ୍‌ ଟିକା ନେଇଥିବା ଜଣା ପଡିଛି । ପ୍ରଥମ ଲହରରେ ୬୨ ପ୍ରତିଶତଙ୍କର ଅମ୍ଳଜାନର ଆବଶ୍ୟକତା ରହିଥିବା ବେଳେ ଦ୍ୱିତୀୟ ଲହର ସମୟରେ ୭୪ ପ୍ରତିଶତ ଏବଂ ତୃତୀୟ ଲହରରେ ୨୩ ପ୍ରତିଶତଙ୍କର ଅମ୍ଳଜାନର ଆବଶ୍ୟକତା ରହିଛି ।

- Advertisement -

ତୃତୀୟ ଲହରରେ ଡାକ୍ତରଖାନାରେ ଭର୍ତ୍ତିର ଆବଶ୍ୟକତା କମ୍‌ ରହିଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ବ୍ୟକ୍ତିମାନଙ୍କୁ ଆଇସିୟୁରେ ଭର୍ତ୍ତି ହେବାର ଆବଶ୍ୟକତା ପଡୁ ନାହିଁ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories