www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନୟାଗଡ ପଞ୍ଚାୟତ ସରପଞ୍ଚ, ଝୁମ୍ପୁରା ସମିତି ସଭ୍ୟ

ଝୁମ୍ପୁରା: ନୟାଗଡ଼ ସରପଞ୍ଚ ଓ ଝୁମ୍ପୁରା ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଝୁମ୍ପୁରା ବ୍ଲକ ନୟାଗଡ ପଞ୍ଚାୟତ ସରପଞ୍ଚ ଚଳିତ ତ୍ରିସ୍ତରୀୟ ପଞ୍ଚାୟତରେ ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାଯାଇଛି। ନୟାଗଡ ପଞ୍ଚାୟତ ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାରୁ ଏହି ପଞ୍ଚାୟତର ସମସ୍ତ ଗ୍ରାମର ମୁଖିଆମାନେ ଚଳିତ ନିର୍ବାଚନରେ ପଞ୍ଚାୟତର ବିକାଶ କରିବା ପାଇଁ ଜଣେ ଦକ୍ଷ ତଥା ଉଚ୍ଚ ଶିକ୍ଷିତ ଯୁବକକୁ ସରପଞ୍ଚ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ପଞ୍ଚାୟତର ବିକାଶ ପାଇଁ ଏହି ପଞ୍ଚାୟତର ଯୁବକ ସୁରେଶ କୁମାର କାଣ୍ଡିକୁ ପଞ୍ଚାୟତବାସୀ ଚଳିତ ଥର ସରପଞ୍ଚ କରିବା ପାଇଁ ସ୍ଥିର କରିଛନ୍ତି। ସୁରେଶ କୁମାର କାଣ୍ଡି ନିଜର ସମର୍ଥକ ଏବଂ ପ୍ରସ୍ତାବକମାନଙ୍କୁ ନେଇ ନୟାଗଡ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଶନିବାର ଦିନ ପ୍ରାର୍ଥୀମାନଙ୍କ ସମସ୍ତ କାଗଜ ପତ୍ର ଯାଞ୍ଚ ହୋଇଥିଲା। ସୁରେଶ କୁମାର କାଣ୍ଡିଙ୍କ ପ୍ରାର୍ଥୀ କାଏମ ରହିଥିବା ଜଣାଯାଇଛି। ଫଳରେ ସେ ନୟାଗଡ଼ ପଞ୍ଚାୟତର ସରପଞ୍ଜ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଝୁମ୍ପୁରା ବ୍ଲକର ୨୨ ଗୋଟି ପଞ୍ଚାୟତରେ ପଞ୍ଚାୟତ ସମିତି ନିମନ୍ତେ କେଉଁଠି ତ୍ରିମୁଖି ତ କେଉଁଠି ବହୁମୁଖି ପ୍ରାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଝୁମ୍ପୁରା ମୁଖ୍ୟାଳୟ ପଞ୍ଚାୟତରେ କିନ୍ତୁ ତ୍ରିମୁଖି କିମ୍ବା ବହୁମୁଖି ଲଢେଇ ନହୋଇ ବିନା ପ୍ରତିଦ୍ବନ୍ଦ୍ବିତାରେ ସମିତି ସଭ୍ୟ ମନୋନୀତ ହୋଇଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ସମିତି ସଭ୍ୟ ଭାବେ କୁଞ୍ଜବିହାରୀ ନାଏକ ତାଙ୍କର ପ୍ରାର୍ଥୀପତ୍ରକୁ ଦାଖଲ କରିଥିଲେ। ଶ୍ରୀ ନାଏକଙ୍କ ବିରୋଧରେ ପଞ୍ଚାୟତର ଅନ୍ୟ କୌଣସି ଗ୍ରାମର କୌଣସି ବ୍ୟକ୍ତି ସମିତି ସଭ୍ୟ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ଶନିବାର ଦିନ ବ୍ଲକ ପରିସର ମଧ୍ୟ ସମିତି ସଭ୍ୟମାନଙ୍କ ନାମାଙ୍କନପତ୍ର ଗୁଡିକ ଦାୟିତ୍ୱରେ ରହିଥିବା ଅଧିକାରୀମାନେ ଯାଞ୍ଚ କରିଥିଲା। ଝୁମ୍ପୁରା ସମିତି ସଭ୍ୟ ନିମନ୍ତେ କୁଞ୍ଜବିହାରୀ ନାଏକଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ଜଣାଯାଇଛି। ଝୁମ୍ପୁରା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ପୂର୍ବରୁ କୁଞ୍ଜବିହାରୀ ନାଏକ ୨୦୧୨ରେ ନିର୍ବାଚିତ ହୋଇ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକରିଥିଲେ। ଏଥର ମଧ୍ୟ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତବାସୀ ପୁଣିଥରେ ତାଙ୍କୁ ସୁଯୋଗ ଦେଇଛନ୍ତି ଏବଂ ପୂର୍ବପରି ସେ ଏହି ଦାୟିତ୍ବକୁ ସୁଚାରୁରୂପେ ସମ୍ପାଦନ କରିବେ ବୋଲି ଆଶା ରଖିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories