www.samajalive.in
Saturday, December 13, 2025
26.1 C
Bhubaneswar

ଜୀବନରେ ସୁଖ-ସମୃଦ୍ଧି ପାଇଁ ଜାଣି ରଖନ୍ତୁ ଝାଡ଼ୁ ସହ ଜଡ଼ିତ କିଛି ବିଶେଷ କଥା

ସାଧାରଣତଃ ମା’ ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀ ବୋଲି କୁହାଯାଏ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଲେ ଯେପରି କୌଣସି ଜିନିଷର ଅଭାବ ରହେନାହଁ, ଠିକ୍ ସେହିପରି ମା’ କ୍ରୋଧିତ ହେଲେ ଯେତେ ଉପାର୍ଜନ କଲେ ମଧ୍ୟ ଅଭାବ ଅନଟନ ଲାଗିରହେ। ବାସ୍ତୁଶାସ୍ତ୍ର ଅନୁସାରେ ଝାଡ଼ୁରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ତେଣୁ ଝାଡୁ ସମ୍ପର୍କରେ ମଧ୍ୟ ଅନେକ ବିଶ୍ୱାସ ରହିଛି। ଏହି ଝାଡ଼ୁ ପାଇଁ ମଧ୍ୟ ଆପଣ ଅର୍ଥାଭାବର ଶିକାର ହୋଇପାରନ୍ତି। ଚାଲନ୍ତୁ ଜାଣିବା ଝାଡ଼ୁ ସହ ଜଡ଼ିତ କିଛି ବିଶେଷ କଥା –

ଘରେ ସର୍ବଦା ମା’ ଲକ୍ଷ୍ମୀଙ୍କର ସମ୍ମାନ କରିବା ଉଚିତ। ଯାହାଫଳରେ ମା’ ଲକ୍ଷ୍ମୀ ସବୁବେଳେ ଘରେ ବାସ କରିବେ। ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ହିଁ ଝାଡୁ କିଣିବା ଉଚିତ। ଏହି ସବୁଦିନରେ ଘରକୁ ଝାଡୁ ଆଣିଲେ ଘରେ ମା’ ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି। ଯଦି ଝାଡୁ ପୁରୁଣା ହୋଇଯାଇଛି ତାହେଲେ ତାକୁ ଫୋପାଡ଼ି ଦେବା ଉଚିତ। ମାତ୍ର ଝାଡୁକୁ କେବଳ ଶନିବାର ଦିନ ହିଁ ଫୋପାଡିବା ଉଚିତ। ଅନ୍ୟ ଦିନମାନଙ୍କରେ ଫୋପାଡିଲେ ଅଶୁଭ ହୋଇଥାଏ। ଶୁକ୍ରବାର ଦିନ ଭୁଲରେ ମଧ୍ୟ ଝାଡୁକୁ ଫୋପାଡିବା ଉଚିତ ନୁହେଁ। ଶୁକ୍ରବାର ଦିନ ମା’ ବୈଭବ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ମା ବୈଭବ ଲକ୍ଷ୍ମୀଙ୍କ ଆରାଧନା ଯୋଗୁଁ ସୁଖ, ଶାନ୍ତି ଏବଂ ଧନ ସମ୍ପତ୍ତି ପ୍ରାପ୍ତ ହୋଇଥାଏ। ତେବେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏକ ସରଳ ଉପାୟ ମଧ୍ୟ କରିପାରିବେ। ଏକ ନୂଆ ଝାଡୁ କିଣି ଘରକୁ ଆଣିବେ। ମନେ ରଖିବେ ଝାଡୁ ଦିନ ଥିବା ସମୟରେ ହିଁ ଆଣିବେ। କାରଣ ସନ୍ଧ୍ୟା ସମୟରେ ଝାଡୁ ଘରକୁ ଆଣିବା ଅଶୁଭ ହୋଇଥାଏ। ଝାଡୁର ଉପରି ଭାଗରେ ଏକ ଧଳା ସୁତା ବାନ୍ଧିଦେବେ। ଏଭଳି କରିବା ଦ୍ୱାରା ମା’ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘରେ ବାସ କରିବେ। ଯଦ୍ବାରା ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories