www.samajalive.in
Thursday, December 11, 2025
16.1 C
Bhubaneswar

ମହାକାଶ ସାମର୍ଥ୍ୟର ବାଣିଜ୍ୟିକ ଉପଯୋଗ ପାଇଁ ’ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ’

ନୂଆଦିଲ୍ଲୀ : ଭାରତ ମହାକାଶ ସାମର୍ଥ୍ୟର ବାଣିଜ୍ୟିକ ଉପଯୋଗ କରିବ ଏବଂ ଏଥିପାଇଁ ଗଠିତ ହେବ ’ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ।’ ଏହା ମାଧ୍ୟମରେ ଭାରତ ମହାକାଶରୁ ଉଦ୍‍ବୃତ ବିଭିନ୍ନ ସାମଗ୍ରୀର ବାଣିଜ୍ୟିକ ବିକାଶ କରିବ। ମହାକାଶ ବିଭାଗ ଅର୍ନ୍ତଗତ ନିୟୁ ଇଣ୍ଡିଆ ସ୍ପେସ ଲିମିଟେଡ ନାମକ ଏକ ବାଣିଜ୍ୟିକ ସଂସ୍ଥା ସୃଷ୍ଟି ହେବ। ସଂସଦରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରି ଏହା କହିଛନ୍ତି । ବିଶ୍ୱବ୍ୟାପୀ ସ୍ୱଳ୍ପ ବ୍ୟୟରେ ମହାକାଶକୁ ଉପଗ୍ରହ ଓ ଅନ୍ୟାନ୍ୟ ମହାକାଶ ଯାନ ପ୍ରେରଣ କରିବାର ସାମର୍ଥ୍ୟ ଯୋଗୁଁ ଆଜି ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ଉଭା ହୋଇଛି। ବର୍ତମାନ ଏହାର ବାଣିଜ୍ୟିକ ଉପଯୋଗ ନିମନ୍ତେ ସମୟ ଆସିଯାଇଛି। ସେ ଦୃଷ୍ଟିରୁ ନୂତନ ଭାରତୀୟ ମହାକାଶ ଲିମିଟେଡ ନାମକ ଏକ ସଂସ୍ଥା ମହାକାଶ ବିଭାଗରେ ସୃଷ୍ଟି କରାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଦ୍ୱାରା କରାଯାଉଥିବା ଗବେଷଣା ଓ ବିକାଶରେ ଏହା ସହାୟକ ହେବ। ବିଭିନ୍ନ ମହାକାଶ ସାମଗ୍ରୀ ଯଥା – ଉତ୍‍କ୍ଷେପଣ ଯାନ, ବୈଷୟିକ ଜ୍ଞାନ ହସ୍ତାନ୍ତରଣ ଭଳି ବାଣିଜ୍ୟିକ ଉପଯୋଗରେ ଏହି କମ୍ପାନୀ କାର୍ଯ୍ୟ କରିବ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories