ନୂଆଦିଲ୍ଲୀ : ଦିଲ୍ଲୀର କଡ଼କଡ଼ଡୁମା ଅଞ୍ଚଳସ୍ଥିତ ଦିଲ୍ଲୀ ସ୍ୱାସ୍ଥ୍ୟସେବା ମହାନିର୍ଦେଶାଳୟ (ଡିଜିସିଏ) କୋଠାରେ ଶୁକ୍ରବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କାହାର ମୃତାହତ ହେବାର ସୂଚନା ମିଳିନାହିଁ।
ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ଡିଜିସିଏ କୋଠରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଭାବେ ଲିଭା ଯାଇନାହିଁ। ତେବେ ନିଆଁ ଏବେ ନିୟନ୍ତ୍ରଣାଧୀନ ଅଛି। ନିଆଁ ଲାଗିବା ସମୟରେ କୋଠାରେ ବହୁତ କମ ଲୋକ ଥିଲେ ଓ ଅନ୍ୟ ଲୋକାମାନେ ଜରୁରୀକାଳୀନ ଦ୍ୱାର ଦେଇ ବାହାରି ଆସିଥିଲେ ବୋଲି କୁହାଯାଉଛି। ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବିଭାଗର ୬୦ ଜଣ କର୍ମଚାରୀ ଲାଗିଛନ୍ତି।
ଦିଲ୍ଲୀ ଡିଜିସିଏ କୋଠାରେ ଅଗ୍ନିକାଣ୍ଡ; ନିଆଁ ଲିଭାଉଛନ୍ତି ୨୨ ଦମକଳ
Popular Categories



