www.samajalive.in
Monday, December 8, 2025
24.1 C
Bhubaneswar

ଓଭରବ୍ରିଜ ନାହିଁ : ବିପଦପୂର୍ଣ୍ଣ ଭାବେ ଲୋକେ ପାର ହେଉଛନ୍ତି ରେଳଧାରଣା

ଲକ୍ଷ୍ମୀପୁର : କୋରାପୁଟ ଜିଲା ସ୍ଥିତ ଲକ୍ଷ୍ମୀପୁର ରେଳଷ୍ଟେସନରେ ଓଭରବ୍ରିଜ ନଥିବା କାରଣରୁ ଯାତ୍ରୀମାନଙ୍କୁ ବିପଦପୂର୍ଣ୍ଣ ଭାବେ ରେଳଧାରଣା ପାର ହେବାକୁ ପଡୁଛି। ଦୀର୍ଘ ୨ଦଶନ୍ଧି ହେଲାଣି ଉକ୍ତ ରେଳ ପଥରେ ଯାତ୍ରୀବାହୀ ରେଳ ଚଳାଚଳ କଲାଣି। ପ୍ରଥମେ କେବଳ ଗୋଟିଏ ଯାତ୍ରୀବାହୀ ଟ୍ରେନ ହିରାଖଣ୍ଡ ଏକ୍ସପ୍ରେସ ଚାଲୁଥିଲା। ବର୍ତ୍ତମାନ ପ୍ରତିଦିନ ୫ଟି ଦୈନିକ ଯାତ୍ରୀବାହୀ ଟ୍ରେନ ଯାତାୟତ କରୁଥିବା ବେଳେ ୨ଟି ସାପ୍ତାହିକ ଟ୍ରେନ ୨ ଦିନ ଚଳାଚଳ କରୁଛି। ଅନେକ ସମୟରେ ଲକ୍ଷ୍ମୀପୁର ଷ୍ଟେସନରେ ହିରାଖଣ୍ଡ ଓ ସମଲେଶ୍ବରୀ ଏକ୍ସପ୍ରେସ କ୍ରସିଂ ହୋଇଥାଏ। ଯେଉଁଥିପାଇଁ ଯାତ୍ରୀମାନେ ଦୁଇଟି ରେଳ ଧାରଣା ପାର ହୋଇ ପିଲା ଛୁଆମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବୟସ୍କା ମାନଙ୍କୁ ନେଇ ଯିବାକୁ ପଡୁଛି। ସାଙ୍ଗରେ ଲଗେଜ ସହିତ ରୋଗୀମାନଙ୍କୁ ଡାକ୍ତରଖାନା ନେବା ଆଣିବାରେ ମଧ୍ୟ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଆରଏମଙ୍କ ଠାରୁ ଆରମ୍ଭ କରି ଆରଏମଙ୍କ ପର୍ୟ୍ୟନ୍ତ ବରିଷ୍ଠ ଅଧିକାରୀମାନେ ଷ୍ଟେସନକୁ ପରିଦର୍ଶନରେ ଆସୁଥିଲେ ମଧ୍ୟ ଏଥି ପ୍ରତି ସେମାନଙ୍କ ଦୃଷ୍ଟି ପଡୁନାହିଁ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories