ଏବେ ଭାରତରେ ଏହି ୩୨ଟି କମ୍ପାନୀ ଲ୍ୟାପଟପ୍ ତିଆରି କରିବା ପାଇଁ ଆଗ୍ରହୀ
ନୂଆଦିଲ୍ଲୀ – ଭାରତରେ ଏବେ ବାହାର ଦେଶରୁ ଲ୍ୟାପଟପ୍ ସହ ଅନ୍ୟ କେତକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗିଛି । ଏହାପରେ ବିଶ୍ୱର ବିଭିନ୍ନ କମ୍ପାନୀ ଭାରତରେ ତାଙ୍କର ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି । ଡେଲ୍, ଆସସ୍, ଏସର୍, ଏଚ୍ପି ଏବଂ ଲେନୋଭେ ସହ ୩୨ ଅନ୍ତର୍ଜାତୀୟ କମ୍ପାନୀ ଭାରତରେ କମ୍ପ୍ୟୁଟର ସହ ଲ୍ୟାପଟପ୍ ତିଆରି ପାଇଁ ଆଗ୍ରହ ଦେଖାଇଛନ୍ତି ।
ମେକ୍ଇନ୍ ଇଣ୍ଡିଆ ପ୍ରକଳ୍ପ ପାଇଁ ଏହା ଏକ ଶୁଭ ସଙ୍କେତ । ଭାରତରେ ଏହା ସମ୍ଭବ ନୁହେଁ ବୋଲି ଅନେକ କହୁଥିବା ବେଳେ, ବିଭିନ୍ନ ମଲ୍ଟି ନ୍ୟାସନାଲ୍ କମ୍ପାନୀ ଏବେ ସରକାରଙ୍କ ନିକଟରେ ନିଜର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ସ୍ଥାପନ କରିବା ପାଇଁ ଆବେଦନ କରିଛନ୍ତି । ବିଭିନ୍ନ ଭାରତୀୟ ଫାର୍ମ ସହ ମିଶି ଏମାନେ ଭାରତରେ କମ୍ପ୍ୟୁଟର ଉତ୍ପାଦ ତିଆରି କରିବେ ।
Comments are closed.