ଡେସ୍କ: ଜୟା ବର୍ମା ସିହ୍ନା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇଛନ୍ତି। ଏଥି ସହିତ ସେ ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ମଧ୍ୟ ନିଯୁକ୍ତି ପାଇଛନ୍ତି। ଏହି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ମହିଳା। କ୍ୟାବିନେଟ ନିଯୁକ୍ତି କମିଟି ଜୟାଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ବର୍ତ୍ତମାନ ସେ ରେଳବାଇ ବୋର୍ଡର ପରିଚାଳନା ଏବଂ ବ୍ୟବସାୟ ବିକାଶ ବିଭାଗର ସଦସ୍ୟ ଅଛନ୍ତି। ସେ ଅନିଲ କୁମାର ଲାହୋଟିଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ସେ ସେପ୍ଟେମ୍ବର ୧ରେ ଦାୟିତ୍ୱ ଗ୍ରହଣ କରିବେ ଓ ଆସନ୍ତା ବର୍ଷ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ।
Popular Categories



