www.samajalive.in
Sunday, December 14, 2025
26.1 C
Bhubaneswar

କେବେ ବଦଳିବ ୧୫୪ବର୍ଷ ପୂରାତନ ପ୍ରାଥମିକ ସ୍କୁଲର ଭିତ୍ତିଭୂମି

କଳଙ୍କି ଲଗା ଟିଣତଳେ ଚାଲିଛି ପାଠପଢା, ଶୌଚାଳୟ,ପିଇବା ପାଣି,ଖେଳପଡିଆ ନାହିଁ 

ହରଭଙ୍ଗା : ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତରିତ ଯୋଜନା କାର୍ଯ୍ୟକାରୀ ପରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି । ମାତ୍ର ପ୍ରାଥମିକ ଶିକ୍ଷାକୁ ୫-ଟିରେ ଏପର୍ଯ୍ୟନ୍ତ ସାମିଲ କରାଯାଇ ନାହିଁ। ଯାହାଫଳରେ ବହୁ ପୁରାତନ ପ୍ରାଥମିକ ସ୍କୁଲଗୁଡିକର ରୂପରେଖ ବଦଳି ପାରୁନି। ଫଳରେ ଅସଜଡା ଭିତ୍ତିଭୂମିରେ ​ଦେଢଶହ ବର୍ଷରୁ ଅଧିକ ଶିକ୍ଷାନୁଷ୍ଠାନ ଗୁଡିକରେ ଯାଥପୂର୍ବ ତଥା ପରଂ ସ୍ଥିତିରେ ପାଠପଢା ଚାଲିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଚିତ୍ର ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ଥିବା ୧୫୪ବର୍ଷ ପୂରୁଣା ପ୍ରାଥମିକ ସ୍କୁଲରେ ଦେଖିବାକୁ ମିଳିଛି।

- Advertisement -

ପ୍ରକାଶ ଯେ ୧ ଅକ୍ଟୋବର ୧୮୬୯ ମସିହାରେ ହରଭଙ୍ଗାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା।ଏହି ଶିକ୍ଷାନୁଷ୍ଠାନକୁ ଅଦ୍ୟାବିଧି ୧୫୪ବର୍ଷ ପୂରଣ ହେବାକୁ ଯାଉଛି। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ୧୪୧ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏମାନଙ୍କ ଶିକ୍ଷାଦାନ ପାଇଁ ୫ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ସ୍କୁଲ ପ୍ରାରମ୍ଭରୁ ଥିବା ପୁରୁଣା ଟିଣ ଛପର ଘରେ ଏବେ ବି ଶିକ୍ଷାଦାନ ଚାଲିଛି। ଟିଣ ଛପର କଳଙ୍କି ଲାଗି ନିଜର ସତ୍ତା ହରାଇଥିବା ବେଳେ ବର୍ଷାହେଲେ ପାଣି ଗଳୁଥିବାରୁ ଶିକ୍ଷାଦାନରେ ବାଧାପ୍ରସ୍ତ ହେବା ସାଙ୍ଗକୁ ପିଲାଙ୍କୁ ବସିବା କଷ୍ଟକର ହୋଇପଡୁଛି। ଏହା ସହିତ ହାତଗଣତି ତିନୋଟି ଛାତ ଶ୍ରେଣୀଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଛାତର ଲୁହାରଡ ଦେଖା ଯାଉଛି ।

ସେଠାରେ ମଧ୍ୟ ବର୍ଷାହେଲେ ସମାନ ଅସୁବିଧା ଉପୁଜୁଛି। ଏହା ସହିତ ସ୍କୁଲ ପଛପାଖରେ ପାଚେରୀ ନଥିବାରୁ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପିଲାଙ୍କ ପାଇଁ ଶୌଚାଳୟ, ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଏପରିକି ପିଲାମାନେ ମଧ୍ୟାହ୍ନଭୋଜନ ଖାଇବା ପାଇଁ ଭୋଜନାଳୟ ମଧ୍ୟ ନାହିଁ। ଏହା ସହିତ ପିଲାଙ୍କ ପାଇଁ ଖେଳପଡିଆ ମଧ୍ୟ ନଥିବା ଜଣାପଡିଛି। ସ୍କୁଲ ପଛ ପାଖରେ ଥିବା ଦୁଇଟି ପୁରୁଣା ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଏହା କେତେବେଳେ ଖେଳକୁଦ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କାଳ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି । ଅନ୍ୟପଟେ ସ୍କୁଲ ପାଚେରୀକୁ ଲାଗି ଅନେକ ଗୁଡିଏ ଦୋକାନ ବଜାର ରହିଥିବାରୁ ସ୍କୁଲର ଶୈକ୍ଷିକ ବାତାବରଣ ଉପରେ ଏହାର କୁପ୍ରଭାବ ମଧ୍ୟ ପଡୁଛି। ବିପଦ ସଙ୍କୁଳ ଭିତ୍ତିଭୂମିରେ ସ୍କୁଲଟି ସମାସ୍ୟା ମଧ୍ୟ ଦେଇ ଦୀର୍ଘ ବର୍ଷହେଲା ଚାଲିଥିବାରୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଏ ଦିଗରେ ବୌଦ୍ଧ ଜିଲ୍ଲାପାଳ,୫-ଟି ସଚିବ, ହରଭଙ୍ଗା ବିଡିଓ, ହରଭଙ୍ଗା ତହସିଲଦାର, ହରଭଙ୍ଗା ସରପଞ୍ଚଙ୍କୁ ଏହାର ସ୍ଥାୟୀ ସମାଧାନ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବା ପାଇଁ କମିଟି ସଭାପତି ଜ୍ୟୋର୍ତୀମୟ ଦାସ,ସଞ୍ଜିତ କୁମାର ସାହୁ, ଓାର୍ଡସଭ୍ୟ ଗୋଲାପୀ ଦନାୟକ, ରାଜେନ୍ଦ୍ର ମହାନନ୍ଦିଆ, ଶଙ୍କର ବାରିକ, ରାଜ କିଶୋର ବେହେରା, ପଞ୍ଚାନନ ସାହୁ ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories