www.samajalive.in
Monday, December 15, 2025
15.1 C
Bhubaneswar

କମିବ ପିଆଜ ଦର : ଆଶ୍ବାସନା ଦେଲେ ଖାଦ୍ୟଯୋଗାଣ ମନ୍ତ୍ରୀ

ଖୁଚୁରା ବ୍ୟବସାୟିଙ୍କ ପାଇଁ ପିଆଜ ମହଜୁଦ କ୍ଷମତା ୨ଟନ୍

ଭୁବନେଶ୍ୱର  : ଡିସେମ୍ବର ଶେଷ ସପ୍ତାହରେ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରେ ପିଆଜ ଦାମ କମିଯିବାର ସମ୍ଭାବନା ଅଛି। ପିଆଜ ଦରବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ଖାଉଟି ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବାବେଳେ ଖାଦ୍ୟଯୋଗାଣ ‌ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ଆଜି ଏଭଳି ଆଶ୍ବାସନା ଦେଇଛନ୍ତି।

- Advertisement -

ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ସୋମବାର ଖୁଚୁରା ବ୍ୟବସାୟିଙ୍କ ପାଇଁ ପିଆଜ ମହଜୁଦ କ୍ଷମତା ୫ଟନରୁ ୨ଟନ୍ କୁ ହ୍ରାସ କରିଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିବେଚିତ ହେଉଥିବା ପିଆଜ ଏବେ ଦୁର୍ମୂଲ୍ୟ ହୋଇପଡ଼ିଛି। ପ୍ରତିଦିନ ଏହାର ଦାମ ତେଜିବାରେ ଲାଗିଛି। ଅତ୍ୟଧିକ ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକାଂଶ ଖାଉଟି ବିନା ପିଆଜରେ ଖାଦ୍ୟ ପ୍ରସ୍ତୁତ କରିବାକୁ ଏକପ୍ରକାର ବାଧ୍ୟ ହେଲେଣି। ବଜାର​ରେ ପିଆଜ ନଥିବାରୁ ଦର ନିୟନ୍ତ୍ରଣ କରି ମଧ୍ୟ ଏହାର କିଛି ଫରକ ପଡ଼ୁନାହିଁ।
ପିଆଜ ଦର ନିୟନ୍ତ୍ରଣକୁ ଆଣିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଘନ ଘନ ବୈଠକ ବସି ତର୍ଜମା ଚାଲିଛି। ହେଲେ କିଛି ଫଳ ବାହାରୁନି। କାରଣ ପିଆଜ ପାଇଁ ଏବେ ଅନ୍ୟ ରାଜ୍ୟ ଭରସା। ତେବେ ସୋମବାର ଲୋକସେବା ଭବନରେ ପିଆଜ ଉପରେ ଅନୁଷ୍ଠିତ ବୈଠକ ପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗଣମାଧ୍ୟମକୁ କହିଛନ୍ତି ଯେ ପୂର୍ବରୁ ଦୈନିକ ୫୦ ଟ୍ରକ ପିଆଜ ଆସୁଥିଲା। ଏବେ ଗୋଟିଏ ଟ୍ରକ ଆସୁଛି। ଦେଶବ୍ୟାପୀ ଦୈନିକ ୧୨ଲକ୍ଷ ମେଟ୍ରିକ ଟନ ପିଆଜର ଆବଶ୍ୟକତା ଥିବାବେଳେ ବିଦେଶରୁ କେନ୍ଦ୍ର ସରକାର ୧ଲକ୍ଷ ଟନ ଆଣିଛନ୍ତି। ପିଆଜ ଏବେ ଜାତୀୟ ବିପର୍ଯ୍ୟୟ ପାଲଟିଲାଣି। ରାଜ୍ୟର ୨୬ପ୍ରତିଶତ କମ ଜମିରେ ପିଆଜ ଚାଷ ହେଉଥିବାରୁ ଏଠି ସମସ୍ୟା ଉତ୍କଟ ହେଉଛି।
ବଜାରରେ ପିଆଜ କିଲୋ ପିଛା ଦାମ ୧୪୦ ଟପିଯାଇ ଥିବାବେଳେ ଏବେ ଦାମ ସାମାନ୍ୟ କମିଛି। ସୋମବାର ବଜାରରେ ପିଆଜ କିଲୋ ପିଛା ୧୧୦ଟଙ୍କାରେ ବିକ୍ରି ହେଉଛି। ଆଜି ଭୁବନେଶ୍ବର ଆଇଗିଣିଆ ବଜାରକୁ ୧୫୦ଟନ ପିଆଜ ଆସିଛି ବୋଲି କୁବେରପୁରୀ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ତେବେ ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳରେ ପିଆଜ ମୂଲ୍ୟରେ ତାରତମ୍ୟ ଲକ୍ଷ୍ୟ କରାଯାଉଛି। ସପ୍ତାହକ ପରେ ପିଆଜ ଦାମ ଆହୁରି କମିବ ବୋଲି ବ୍ୟବସାୟୀ ମହଲ ଆଶା ରଖିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories