www.samajalive.in
Sunday, December 14, 2025
19.1 C
Bhubaneswar

କୌଣସି ବୁଝାମଣା ହେବ ନାହିଁ ବୋଲି ରୋକ୍‌ଠୋକ୍‌ ଭୁଟାନକୁ ଚେତାଇଲା ଭାରତ- ଚୀନ ସହ ମିଶି କରିବା ପାଇଁ ଯାଉଛି ଏହି କାମ

ନୂଆଦିଲ୍ଲୀ – ଡୋକାଲାମ ବିବାଦୀୟ ଜମି ଉପରେ ସହ ସୀମା ବିବାଦକୁ ନେଇ ଭୁଟାନ୍‌ ଏବଂ ଚୀନ୍‌ ମଧ୍ୟରେ ଏବେ ବୁଝାମଣା ହେବାକୁ ଯାଉଛି । ଚୀନ୍‌ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବେ ଭୁଟାନର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି । ଡୋକଲାମ ଉପରେ ଉଭୟ ଚୀନ୍‌ ଏବଂ ଭୁଟାନ ଡୋକଲାମକୁ ନିଜର ବୋଲି କହୁଛନ୍ତି ।। ଭୁଟାନର ଏହି ଦାବିକୁ ଭାରତ ସମର୍ଥନ କରୁଛି । ମାତ୍ର ଏବେ ଭୁଟାନ୍‌ ଚୀନ୍‌ ସହ ଏ ବିଷୟରେ ହଁରେ ହଁ ଭରିବା ପାଇଁ ଯାଉଛି।

ଏ ବିଷୟରେ ଭାରତ ପକ୍ଷରୁ ଭୁଟାନ୍‌କୁ ରୋକଠୋକ୍‌ ଜବାବ ଦିଆଯାଇଛି । ଡୋକଲାମ ଭାରତର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏ ବିଷୟରେ କୌଣସି ବୁଝାମଣା ଏକ ତରଫା ହେଲେ ତାହା ଉଭୟ ଦେଶ ପାଇଁ ଭଲ ହେବ ନାହିଁ ବୋଲି କୁହାଯାଇଛି । ଭୁଟାନ ଏଂବ ଭାରତ ମଧ୍ୟରେ ସମ୍ପର୍କ ଭଲ । ଭାରତୀୟ ସେନା ଭୁଟାନର ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି । ମାତ୍ର ଏବେ ଭୁଟାନ, ଚୀନ ଆଗରେ ମୁଣ୍ଡ ନୁଆଁଇବା ପରି ଲାଗୁଛି ।

- Advertisement -

ଡୋକଲାମ ଭାରତର ସିଲିଗୁଡି କରିଡର ନିକଟରେ ରହିଛି । ସାମରିକ ସୁରକ୍ଷା ଦୃଷ୍ଟିରୁ ଏହା ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଭାରତର ପୂର୍ବତ୍ତୋର ସହ ଅନ୍ୟ ଅଂଶକୁ ଏହା ସଂଯୋଗ କରିଥାଏ ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories