www.samajalive.in
Monday, December 15, 2025
26.1 C
Bhubaneswar

ଏଣିକି ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢିବେ ଛାତ୍ରଛାତ୍ରୀ; ଏନସିଇଆରଟି ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି)ର ବହିରେ ଖୁବଶୀଘ୍ର ଏକ ପରିବର୍ତ୍ତନ ଦେଖାଯାଇପାରେ। ଏନସିଇଆରଟି ପୁସ୍ତକଗୁଡ଼ିକରେ ‘ଇଣ୍ଡିଆ’ ପରିବର୍ତ୍ତେ ଲେଖାଯିବ ‘ଭାରତ’। କିଛି ମାସ ପୂର୍ବରୁ ପୁସ୍ତକଗୁଡ଼ିକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବା ନେଇ ଏନସିଇଆରଟି ଦ୍ବାରା ଗଠିତ ଏକ ସମିତି ସୁପାରିଶ କରିଥିଲା। ପୁସ୍ତକର ପରବର୍ତ୍ତୀ ସେଟ୍‌ରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବା ପ୍ରସ୍ତାବକୁ ଏନସିଇଆରଟି ସଦସ୍ୟମାନେ ବୁଧବାର ସର୍ବସମ୍ମତିରେ ଗ୍ରହଣ କରିଛନ୍ତି। ଯାହା ଫଳରେ ଖୁବଶୀଘ୍ର ସ୍କୁଲ୍‌ ଛାତ୍ରଛାତ୍ରୀମାନେ ନିଜ ବହିରେ ଏବେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢିବେ ବୋଲି କୁହାଯାଉଛି।

ସୂଚନା​‌ଯୋଗ୍ୟ, ‘ଭାରତ’ ବନାମ ‘ଇଣ୍ଡିଆ’​‌ ନେଇ ବିତର୍କ ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରକୁ କେନ୍ଦ୍ର ପକ୍ଷରୁ ‘‌ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ନାଁରେ ପଠାଯାଇଥିଲା। ଯେତେବେଳେ ଏହା ପଛର କାରଣ ବିଷୟରେ ପଚରାଗଲା, ଭାରତ ସରକାରଙ୍କ ପକ୍ଷରୁ କେହି ସ୍ପଷ୍ଟ ଉତ୍ତର ଦେଇ ନଥିଲେ। ବିତର୍କକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଥିଲେ ଯେ, ପାଶ୍ଚାତ୍ୟ ଶାସକମାନେ ‘ଇଣ୍ଡିଆ’ ନାମ ଦେଇଛନ୍ତି। ସମସ୍ତ ଭାରତୀୟ କେବଳ ଭାରତ ନାମ ବ୍ୟବହାର କରିବା ଉଚିତ୍। କାରଣ ପ୍ରାଚୀନ କାଳରୁ ଏହି ଦେଶର ନାମ ଭାରତ ହିଁ ରହିଆସିଛି। ତେବେ ‘ଭାରତ’ ବନାମ ‘ଇଣ୍ଡିଆ’​‌ ବିତର୍କ ମଧ୍ୟରେ କିଛି ଏହାକୁ ସମର୍ଥନ କରିଥିବା ବେଳେ କିଛି ଏହାକୁ ବିରୋଧ ମଧ୍ୟ କରିଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories