www.samajalive.in
Monday, December 8, 2025
14.1 C
Bhubaneswar

ରାସ୍ତା ପାର୍ଶ୍ଵ ଗାର୍ଡ ୱାଲ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ

ଫୁଲବାଣୀ : , ରାଜ୍ୟ ଓ କେନ୍ଦ୍ରସରକାର ସହରାଞ୍ଚଳ ଠାରୁ ବଣପାହାଡ଼ ଘେରା ଗ୍ରାମାଞ୍ଚଳ ମାନଙ୍କୁ ଯାତାୟତ ର ସୁବିଧା ପାଇଁ ରାଜ୍ୟ ଓ କେନ୍ଦ୍ର ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା ମାଧ୍ୟ୍ୟମରେ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି ।  ଅନ୍ୟପଟେ ରାସ୍ତା ପାର୍ଶ୍ୱରେଥିବା ପାହାଡ଼କୁ କଟା ଯାଇ ରାସ୍ତା ନିର୍ମାଣ କରାଯାଉ ଥିବା ବେଳେ ରାସ୍ତାର ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗାର୍ଡ ୱାଲ ନିର୍ମାଣ କରାଯାଉଛି ଷ

କିନ୍ତୁ ଏହି ରାସ୍ତା ଓ ଗାର୍ଡ ୱାଲ ନିର୍ମାଣ ରେ ନିୟୋଜିତ ହେଉଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ ହେଉ କି ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଲାଭଖୋର ମନବୃତି ପାଇଁ କାମ ଗୁଡିକ ଅତି ନିମ୍ନ ମାନର ହେଉଥିବା ବେଳେ ନିର୍ମାଣଧୀନ କାର୍ଯ୍ୟଗୁଡିକର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।  ଏଭଳିଏକ ନିମ୍ନମାନର କାର୍ଯ୍ୟଦେଖିବାକୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତର ଗୋପୀଙ୍ଗିଆ ଗାଁ ନିକଟରେ ।

- Advertisement -

ଶାସିପଦର ଛକଠାରୁ ଗୋପୀଙ୍ଗିଆଗାଁ ଦେଇ ଡ଼ିମିରିଗୁଡା ପଞ୍ଚାୟତକୁ ସଂଯୋଗ କରୁଥିବା ନବନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଯୋଜନା ଅଧୀନରେ ଗୋପୀଙ୍ଗିଆଗାଁ ନିକଟରେ ଥିବା ଡ୍ୟାମ ପାଖରେ ରାସ୍ତା ପାର୍ଶ୍ୱରେ ଗାର୍ଡ ୱାଲ କାର୍ଯ୍ୟଚାଲୁରହିଛି ।  କିନ୍ତୁ ଏହି ଗାର୍ଡ ୱାଲ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି I କାମରେ ନିମ୍ନ ମାନର ମେଟାଲ ବ୍ୟବହାର ହେଉଥିବା ବେଳେ ନିମ୍ନମାନର ବାଲି ଅର୍ଥାତ ବାଲି ବଦଳରେ ପଟୁମାଟିଭଳି ବାଲି ବ୍ୟବହାର କରାଯାଉଥିବା ଦେଖୁବାକୁ ମିଳିଛି । ଅନ୍ୟପଟେ ଏହି କାମପାଇଁ ସମ୍ପୃକ୍ତ ଠିକାଦାର ଜଣକ ରାସ୍ତା ପାର୍ଶ୍ୱରେ ଥିବା ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର କଞ୍ଚା ଗଛ ଆଣି ଏହି ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଥିବାରୁ ସ୍ଥାନୀୟ ଜନସାଧାରଣ ମାନଙ୍କ ମଧ୍ୟ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସେପଟେ ଏହିନିର୍ମାଣ କାର୍ଯ୍ୟରେ ଠିକାଦାର ଜଣକ ସ୍ଥାନୀୟ କିଛି ନାବାଳିକା ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ଦେଖିବାକୁ ମିକିଛି ଯାହାକି ଆଇନ ବିରୁଦ୍ଧ।  ତେବେ ମୁଖ୍ୟ ରାସ୍ତା କଡରେ ଏଭଳି ନିମ୍ନମାନର କାର୍ଯ୍ୟ ଚାଲିଥିଲେବି ବିଭାଗୀୟ କୌଣସି ପଦାଧିକାରୀ ମାନଙ୍କ ନଜର ପଡୁନଥିବା ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ବେଶ ବାରିହୋଇପଡୁଛି । ତେବେ ସରକାର କା ମାଲ ଦରିଆ ମେ ଡାଲ ଭଳି ରାଜ୍ୟ ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଏଭଳି କାର୍ଯ୍ୟକୁ ସମ୍ପୃକ୍ତ ଠିକାଦାର ଅତି ନିମ୍ନମାନର କାର୍ଯ୍ୟକରୁଥିବା ବେଳେ ଆଗାମୀ ଦିନରେ ଏହି ନିର୍ମାଣଧୀନ ସୁରକ୍ଷା ପାଚେରୀର ସ୍ଥାୟିତ୍ୱ ଉପରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଜନ ସାଧାରଣ ମତ ଦେଇଥିବା ସହ ନିମ୍ନ ମାନର କାର୍ଯ୍ୟକରୁଥିବା ଠିକାଦାର ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କାମ ଟିକୁ ଠିକଠାକ କରିବା ପାଇଁ ଅଞ୍ଚଳ ର ଜନସାଧାରଣ ଦାବି ଜଣେଇଛନ୍ତି । ଅନ୍ୟପଟେ ଏହି ନିମ୍ନ ମାନର କାର୍ଯ୍ୟ ବିଷୟରେ ସମ୍ପୃକ୍ତ ଠିକାଦାର ଙ୍କୁ ପଚାରିବାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଏହି ରାସ୍ତା ର ରକ୍ଷଣା ବେକ୍ଷଣା ଦାୟିତ୍ୱ ରହିଛି ଓ   ଭାଙ୍ଗିଲେ ମରାମତି କରାଯିବ ବୋଲି କହିଥିବା ବେଳେ ଏହି କାର୍ଯ୍ୟ ବିଷୟରେ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଗଣେଶ ବେହେରା ଙ୍କୁ ପଚାରିବାରୁ ମୁ ନିଜେ ଯାଇ କାମ ଦେଖିବି ଓ ନିମ୍ନ ମାନର କାର୍ଯ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories