www.samajalive.in
Monday, December 15, 2025
17.1 C
Bhubaneswar

ମୁକ୍ତାଦେଇପୁରରେ ୨ଟି ମନ୍ଦିରରୁ ଚୋରି

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ଅଧିନ ମୁକ୍ତାଦେଇପୁର ଗ୍ରାମର ମହାଦେବ ମନ୍ଦିର ଓ ହନୁମାନ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଜଣାପଡିଛି । ଶନିବାର ସକାଳେ ମହାଦେବ ମନ୍ଦିରର ପୂଜକ ବସନ୍ତ କୁମାର ମିଶ୍ର ମନ୍ଦିର ଦ୍ୱାର ଫିଟାଇବା ପାଇଁ ଆସିବା ବେଳେ ମନ୍ଦିରର କବାଟ ଭଙ୍ଗାଯାଇଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ପହଞ୍ଚିବା ପରେ ମହାଦେବ ମନ୍ଦିର ମଧ୍ୟରୁ ଘଣ୍ଟ, ଘଣ୍ଟା ଓ ସମସ୍ତ ପିତ୍ତଳ ସାମଗ୍ରୀ ଚୋରି ହୋଇଥିବା ଦେଖିଥିଲେ । ନିକଟରେ ଥିବା ହନୁମାନ ମନ୍ଦିରରେ ମଧ୍ୟ ଅନୁରୁପ ଭାବେ କବାଟ ଭଙ୍ଗାଯାଇ ସମସ୍ତ ପିତ୍ତଳ ସାମଗ୍ରୀ ଚୋରୀ ହୋଇଥିବା ଦେଖିବାକୁ ପାଇଥିଲେ । ମହାଦେବ ମନ୍ଦିରରେ ଥିବା ହୁଣ୍ଡିବାକ୍ସକୁ ମଧ୍ୟ ଦୁର୍ବୁତ୍ତମାନେ ଭାଙ୍ଗି ତା ମଧ୍ୟରେ ଥିବା ଦାନଦକ୍ଷିଣା ଲୁଟିନେଇ ଭଙ୍ଗାବାକ୍ସକୁ ମନ୍ଦିର ପାଖରେ ଫୋପାଡି ଦେଇଯାଇଥିବା ଦେଖାଯାଇଥିଲା । ଏ ସଂପର୍କରେ ମନ୍ଦିରର ପୂଜକ ବସନ୍ତ କୁମାର ମିଶ୍ର ଏବଂ ଗ୍ରାମବାସୀଙ୍କ ମଧ୍ୟରୁ ରାମଚନ୍ଦ୍ର ସାହୁ, ସତ୍ୟବାଦୀ ସାହୁ, ମଳୟ କୁମାର ସାହୁ, ଦିବ୍ୟରଞ୍ଜନ ସାହୁ ପ୍ରମୁଖ ଲିଖିତ ଭାବେ ଆଠଗଡ ଥାନାରେ ଏତଲା ଦେଇଥିବା ଜଣାପଡିଛି। ଏ ସଂପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ବୋଲି ଆଇଆଇସି ବାମଦେବ ସ୍ୱାଇଁଙ୍କ ସୁତ୍ରରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories