www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱର ସବୁଠାରୁ ଡେଙ୍ଗା ପୁଲିସ କର୍ମଚାରୀ

ଚଣ୍ଡିଗଡ: ବିଶ୍ୱର ସବୁଠାରୁ ଡେଙ୍ଗା ପୁଲିସ କର୍ମଚାରୀ। ସେ ବାସ କରୁଛନ୍ତି ଆମ ଦେଶର ପଞ୍ଜାବରେ। ଏକଥା ଶୁଣି କେହି କେହି ହୁଏତ ଅବିଶ୍ୱାସ କରିପାରନ୍ତି, କିନ୍ତୁ ଏହା ସତ ଏବଂ ସେହି ବ୍ୟକ୍ତି ଜଣଙ୍କର ଉଚ୍ଚତା ୭ ଫୁଟ ୬ଇଞ୍ଚ। ତାଙ୍କ ନାମ ଜଗଦୀପ ସିଂ। ପଞ୍ଜାବ ପୁଲିସର ଟ୍ରାଫିକ ବିଭାଗରେ କାର୍ଯ୍ୟ କରୁଛନ୍ତି ଜଗଦୀପ। ତେବେ ଏତେ ଉଚ୍ଚତା ବିଶିଷ୍ଟ ହୋଇଥିବାରୁ ତାଙ୍କ ପାଇଁ ପୋଷାକ ତିଆରି, ସେ ଶୋଉଥିବା ଖଟ, ତାଙ୍କ ପାଦକୁ ଚପଲ ଆଦି ଯୋଗାଡ କରିବା ନିଶ୍ଚିତ ଭାବରେ କଷ୍ଟକର। ଅବଶ୍ୟ ଜଗଦୀପଙ୍କର ଜଣେ ବ୍ୟକ୍ତିଗତ ଦରଜୀ ରହିଛନ୍ତି, ଯିଏ ତାହାର ଅସ୍ୱାଭାବିକ ଭାବରେ ବଡ ପୋଷାକ ତିଆରି କରିଥାନ୍ତି। ତାଙ୍କ ପାଦର ଆକାର ୧୯ ଏବଂ ଭାରତରେ ତାଙ୍କ ପାଦ ମାପରେ ଜୋତା ମିଳେନାହିଁ। ସେଥିପାଇଁ ତାହା ବିଦେଶରୁ ଆମଦାନୀ କରିବାକୁ ପଡିଥାଏ। ଗତ ଦୁଇଦଶନ୍ଧି ହେଲା ସେ ପଞ୍ଜାବ ପୁଲିସରେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କ ଉଚ୍ଚତା ପାଇଁ ସେ ଅମୃତସରରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଜଣେ ସେଲିବ୍ରିିଟି ପାଲଟିଯାଇଛନ୍ତି।
ନିଜ ଉଚ୍ଚତାକୁ ନେଇ ଜଗଦୀପ ଗର୍ବ ଅନୁଭବ କରନ୍ତି। ତାହାଠାରୁ ଅଧିକ ତାଙ୍କୁ ଗର୍ବ ଲାଗେ, ସେ ବିଶ୍ୱର ସବୁଠାରୁ ଡେଙ୍ଗା ପୁଲିସ କର୍ମଚାରୀ ଭାବରେ। ତାଙ୍କର ଓଜନ ୧୯୦ କିଲୋଗ୍ରାମ। ଅବଶ୍ୟ ଦୈନନ୍ଦିନ ଜୀବନରେ ତାଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଦୋକାନକୁ ଯାଇ ସେ ନିଜ ପାଇଁ ସିଧାସଳଖ ପ୍ୟାଣ୍ଟ ସାର୍ଟ ଖରିଦ କରିପାରନ୍ତି ନାହିଁ। ଏକ ସାଧାରଣ ଗାଧୁଆ ଘର ମଧ୍ୟ ସେ ବ୍ୟବହାର କରିପାରନ୍ତି ନାହିଁ। ତାଙ୍କ ନିଜ କାର ବ୍ୟତୀତ ଅନ୍ୟ କାହା ଗାଡିରେ ବସି ମଧ୍ୟ ସେ ଯାଇପାରିବେ ନାହିଁ। ଏପରିକି ସ୍ଥାନୀୟ ବସରେ ମଧ୍ୟ ସେ ଯାଇପାରନ୍ତି ନାହିଁ। ଏସବୁ ତାଙ୍କ ଉଚ୍ଚତାକୁ ଚାହିଁ ଯଥେଷ୍ଟ ଛୋଟ ମନେହୁଏ। ସବୁଠାରୁ ବଡ କଥା ହେଉଛି ତାଙ୍କ ଉଚ୍ଚତା ପାଇଁ ତାଙ୍କୁ କେହି ବିବାହ କରିବାକୁ ରାଜି ହେଉନଥିଲେ। ପରେ ସୁଖବୀର ସିଂ ନାମକ ଜଣେ ଯୁବତୀ ତାଙ୍କୁ ବିବାହ କଲେ। ଅବଶ୍ୟ ତାଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ। ତେଣୁ ସେମାନଙ୍କ ମଧ୍ୟରେ ବିଶେଷ କିଛି ଅସୁବିଧା ହେଉନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories