www.samajalive.in
Saturday, December 6, 2025
17.1 C
Bhubaneswar

ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍‍ ଗେଟସ

ୱାଶିଂଟନ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା, ବିଶ୍ୱର ସବୁଠାରୁ ଧନୀମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ଜଣେ ବଦାନ୍ୟ ବ୍ୟକ୍ତି ଭାବରେ ସମସ୍ତେ ବିଲ୍‍ ଗେଟସଙ୍କୁ ଜାଣନ୍ତି। କିନ୍ତୁ ହୁଏତ କମ୍‍ ଲୋକ ଏକଥା ଜାଣିଥିବେ ଯେ, ସେ ହେଉଛନ୍ତି ଆମେରିକାର ଅନ୍ୟତମ ସବୁଠାରୁ ବଡ ଚାଷୀ। ତାଙ୍କ ମାଲିକାନାରେ ରହିଛି ୨ ଲକ୍ଷ ୬୯ ହଜାର ଏକର ଚାଷଜମି। ସେହି ଜମିରେ ଗେଟ୍ସ ଆଳୁ, ଗାଜର ସମେତ ବିଭିନ୍ନ ଫସଲ ଫଳାଇଥାନ୍ତି। ଏହି ଚାଷଜମି ଆମେରିକାର ୧୮ଟି ପ୍ରଦେଶରେ ରହିଛି। ସେଥିମଧ୍ୟରୁ ନର୍ଥ ଲୁଇଜିଆନାରେ ଥିବା ୭୦ ହଜାର ଏକ ଜମିରେ ସୋୟାବିନ, ମକା ଓ କପା, ଧାନ ଚାଷ କରାଯାଉଛି। ବିଶ୍ୱରେ ଟେକନୋଲୋଜି କ୍ଷେତ୍ରରେ ଅଗ୍ରଣୀ କମ୍ପାନୀର ପ୍ରତିଷ୍ଠାତା କାହିଁକି କୃଷି କ୍ଷେତ୍ରକୁ ମନ ବଳାଇଲେ ଏବଂ ସେଥିରେ ବିପୁଳ ପୁଞ୍ଜିନିବେଶ କରିଛନ୍ତି ତାହାର କାରଣ ଏଯାଏ ଜଣାପଡିନାହିଁ।
ଲୁଇଜିଆନା ବ୍ୟତୀତ ସେ ଓ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡାଙ୍କ ନାମରେ ନେବ୍ରାସ୍କା, ଜର୍ଜିଆ ଏବଂ ଅନ୍ୟାନ୍ୟ ପ୍ରଦେଶରେ ବିପୁଳ ଚାଷଜମି ରହିଛି। ଜର୍ଜିଆରେ ଥିବା ୬ହଜାର ଏକର ଏବଂ ୱାଶିଂଟନରେ ୧୪ ହଜାର ଏକର ଚାଷଜମିରେ ସେ ମୁଖ୍ୟତଃ ଆଳୁ ଚାଷ କରୁଛନ୍ତି। ଥରେ ତାଙ୍କୁ କୃଷିକାର୍ଯ୍ୟ ପ୍ରତି ତାଙ୍କର ରହିଥିବା ଆଗ୍ରହ ସମ୍ପର୍କରେ ପଚାରିବାରୁ ଗେଟ୍ସ କହିଥିଲେ, ତାଙ୍କ ପୁଞ୍ଜିନିବେଶ ଗୋଷ୍ଠୀ କୃଷିକ୍ଷେତ୍ରରେ ନିବେଶ କରିବାକୁ ବାଛିଥିଲେ। ଏହା ଜଳବାୟୁ ସମ୍ପର୍କିତ ନୁହେଁ। ତାହାଛଡା କୃଷି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକ ଉତ୍ପାଦନକ୍ଷମ ବିହନକୁ ନେଇ ଆମେ ଜଙ୍ଗଲ ଧ୍ୱଂସକୁ ଏଡାଇପାରିବା ଏବଂ ଆଫ୍ରିକା ଯେଉଁଭଳି ଭାବରେ ଜଳବାୟୁ ପରିବର୍ତ୍ତନକୁ ନେଇ ସମସ୍ୟା ଭୋଗୁଛି ତାହା ଦୂର କରାଯାଇପାରିବ। ସୂଚନାଯୋଗ୍ୟ ଯେ ଭାରତ ଭଳି କେତେକ ରାଷ୍ଟ୍ରରେ କ୍ଷୁଦ୍ର ଚାଷୀଙ୍କୁ ସହାୟତା କରିବାକୁ ଗେଟ୍ସ ଫାଉଣ୍ଡେସନ ଏକ ଅଣ ଲାଭଦାୟକ ଗୋଷ୍ଠୀ ଗଠନ କରି ସହାୟତା ଯୋଗାଇ ଦେଉଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories