www.samajalive.in
Friday, December 5, 2025
27.1 C
Bhubaneswar

ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନ୍ୟୂନ ମାସେ ଘୁଞ୍ଚାଅ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅତି କମରେ ଏକମାସ ଘୁଞ୍ଚାଇବାକୁ ସୁପ୍ରିମ କୋର୍ଟ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ପରୀକ୍ଷା ଚଳିତ ଜୁନ୍‍ ମାସ ୧୬ ତାରିଖରେ ଅନୁଷ୍ଠିତ କରାଇବା କାର୍ଯ୍ୟକ୍ରମ ରହିଥିଲା। ତେବେ ଏହାକୁ ବିରୋଧ କରି କିଛି ଡାକ୍ତରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ଏକ ଯାଚିକାର ବିଚାର କରି ମାନ୍ୟବର ସର୍ବୋଚ୍ଚ ଅଦାଲତର ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଏମ ଆର ଶାହଙ୍କୁ ନେଇ ଗଠିତ ପୀଠ ଏହି ପରୀକ୍ଷା ଅନ୍ତତଃପକ୍ଷେ ଏକମାସ ଘୁଞ୍ଚାଇବା ସହିତ ପରୀକ୍ଷାର ସାନି ତାରିଖ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏମ୍ସ କର୍ତ୍ତୃପକ୍ଷ ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷା ସ୍ଥଗିତ ରଖିବା ପ୍ରସ୍ତାବକୁ ବିରୋଧ କରିବା ସହିତ ଏହାଦ୍ୱାରା ଦେଶରେ ଡାକ୍ତରଙ୍କ ଅଭାବ ସୃଷ୍ଟିହେବ ଏବଂ ତଦ୍ଦ୍ୱାରା ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ ବୋଲି ଯୁକ୍ତି ଦର୍ଶାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏମ୍ସ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ଉପରେ ଛାଡି ଦେଇଥିଲେ। ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏମ୍ସ କର୍ତ୍ତୃପକ୍ଷଙ୍କର ଏଭଳି ନିଷ୍ପତ୍ତି ଏକଚାଟିଆ, କାରଣ ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେବାକୁ ଯଥେଷ୍ଟ ସମୟ ଦିଆଯାଇନାହିଁ। ସେମାନେ ସମସ୍ତେ କୋଭିଡ ଡ୍ୟୁଟିରେ ନିୟୋଜିତ ଅଛନ୍ତି। ସେଥିପାଇଁ ପ୍ରବେଶିକା ପରୀକ୍ଷାକୁ ଅନ୍ୟୂନ ଏକମାସ ଘୁଞ୍ଚାଇ ଦିଆଯିବା ଉଚିତ। ସୂଚନାଯୋଗ୍ୟ ଯେ ପ୍ରାୟ ୮୦୦ ସିଟ୍‍ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ଏଥିରେ ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories