www.samajalive.in
Saturday, December 6, 2025
23.1 C
Bhubaneswar

ହାତୀ ଖାଇଦେଲା ହେଲମେଟ

ଗୁଅ।।ହାଟି: ହାତୀ ଗଛପତ୍ର, ଧାନ, ଗହମ କିମ୍ବା କିଛି ଫଳ ଖାଇପାରେ। କିନ୍ତୁ ଗୋଟିଏ ହାତୀ ହେଲମେଟ ଖାଇଦେବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ତେବେ ଏଭଳି ଏକ ସତ ଘଟଣା ଘଟିଛି ଆସାମର ଗୁଆହାଟିସ୍ଥିତ ସତଗାଓଁ ଅଞ୍ଚଳରେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ସ୍ଥାନ ପାଇବାପରେ ତାହା ଦେଖୁଥିବା ଲୋକ ଆଶ୍ଚର୍ଯ୍ୟ ନହୋଇ ରହିପାରୁନାହାନ୍ତି। କେତେକଙ୍କ ପାଇଁ ଏହା ମଜାଦାର ଘଟଣା ମଧ୍ୟ ହୋଇଛି।
ଜଣାଯାିଛି ଯେ ଗୁଆହାଟିର ସତଗାଓଁ ଅଞ୍ଚଳ ଆମଚାଙ୍ଗ ଜଙ୍ଗଲକୁ ଲାଗିଛି। ଦୁଇଦିନ ତଳେ ଜଣେ ମୋଟରସାଇକେଲ ଆରୋହୀ ରାସ୍ତା କଡକୁ ତାଙ୍କ ମୋଟରସାଇକେଲ ରଖି ତାହାର ହ୍ୟାଣ୍ଡଲ ଉପରେ ହେଲମେଟକୁ ରଖି କିଛି କାମରେ ରାସ୍ତା ପାଶ୍ୱ ଦୋକାନକୁ ଯାଇଥିଲେ। କିଛି ସମୟ ପରେ ଏକ ହାତୀ ଚାଲିଚାଲି ଆସି ସେଠାରେ ପହଞ୍ଚିଥିଲା। ହାତୀଟି କିଛି ମୁହୂର୍ତ୍ତ ସେଠାରେ ଛିଡାହୋଇ ମୋଟରସାଇକେଲକୁ ନିରୀକ୍ଷଣ କରିବା ପରେ ଶୁଣ୍ଢରେ ହେଲମେଟ ଉଠାଇ ନେଇଥିଲା। ତାହାପରେ ସିଧାସଳଖ ହେଲମେଟକୁ ନିଜ ପାଟି ଭିତରେ ଭର୍ତ୍ତିକରି ତାହାକୁ ଚାପିଦେଇ ସଂପୂର୍ଣ୍ଣ ଗିଳିବା ପରେ ସେଠାରୁ ଶାନ୍ତ ଭାବରେ ଆଗକୁ ଚାଲିବା ଆରମ୍ଭ କରିଥିଲା। ମୋଟରସାଇକେଲ ଆରୋହୀ ଜକ ରାସ୍ତାକଡ ଦୋକାନରେ ଛିଡାହୋଇ କହୁଥିବା ଶୁଣାଯାଉଥିଲା ଯେ ‘ହେ ଗଜରାଜ, ମୋ ବାଇକକୁ ସୁରକ୍ଷିତ ଛାଡି ଆଗକୁ ଚାଲିଯାଅ।’ ହାତୀଟି ହେଲମେଟ ଚୋବାଇ ଖାଇଦେବା ପରେ ସେହି ବ୍ୟକ୍ତିଜଣକ କହୁଥିଲେ, ‘ହେ ଭଗବାନ, ମୋ ହେଲମେଟ ଚାଲିଗଲା, ଏବେ ମୁଁ ବାଇକ ଚଳାଇ ଯିବି କେମିତି?” କିନ୍ତୁ ଅନେକ ପରିବେଶବିତ୍‍ ଏବଂ ଜଙ୍ଗଲ ବିଭାଗ ଅଧିକାରୀ ଏବେ ହାତୀର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ହେଲମେଟ ହାତୀ ଶରୀରର ଅଭ୍ୟନ୍ତରରେ କ୍ଷତି ପହଞ୍ଚାଇପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories