www.samajalive.in
Saturday, December 6, 2025
15.1 C
Bhubaneswar

ଚୀନରେ ବିଦେଶୀ କଟକଣା ବିରୋଧରେ ନୂଆ ଆଇନ ଗୃହୀତ

ବେଜିଂ: ଚୀନ ସରକାର ବିଦେଶୀ କଟକଣା ବିରୋଧରେ ଏକ ନୂଆ ଆଇନ ଗୃହୀତ କରାଇଛି। ବାଣିଜ୍ୟ ଓ ମାନବାଧିକାର ପ୍ରସଙ୍ଗକୁ ନେଇ ଆମେରିକା ଏବଂ ୟୁରୋପୀ ସଂଘ ରାଷ୍ଟ୍ରସମୂହର ଚାପ ଏହା ଉପରେ କିଛି ପ୍ରଭାବ ପକାଇ ପାରିନାହିଁ। ବରଂ ବେଜିଂ ଅଭିଯୋଗ କରିଛି ଯେ ଚାଇନା କମ୍ପାନୀଗୁଡିକୁ ଅବଦମିତ କରିବାକୁ ଆମେରିକା ପ୍ରୟାସ କରୁଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ସପ୍ତାହରେ କଳା ତାଲିକାଭୁକ୍ତ କମ୍ପାନୀସମୂହର ଏକ ପରିବର୍ଦ୍ଧିତ ତାଲିକା ପକାଶ କରିବା ପରେ ଚୀନ ତାହାର ପାଲଟା ଜବାବ ଦେବାକୁ ଧମକ ଦେଇଛି। ସୂଚନାଯୋଗ୍ୟ ଯେ ଆମେରିକା ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଥିବା କମ୍ପାନୀଗୁଡିକରେ ଆମେରିକୀୟମାନେ ପୁଞ୍ଜିନିବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଏହାର ପାଲଟା ଜବାବ ଦେବାକୁ ଯାଇ ଚୀନ ଯେଉଁ ନୂଆ ଆଇନ ପ୍ରଣୟନ କରିଛି ସେଥିରେ ଚୀନର ବ୍ୟବସାୟ ଅଥବା ଚୀନର ଅଧିକାରୀଙ୍କ ବିରୁଦ୍ଧରେ ବିଦେଶୀ କଟକଣା ଲାଗୁ କରୁଥିବା ବ୍ୟକ୍ତିବିଶେଷ ଅଥବା ବ୍ୟବସାୟିକ ସଂସ୍ଥାଗୁଡିକୁ ଭିସା ପ୍ରଦାନ ନିମନ୍ତେ ମନା କରିବା, ଚୀନକୁ ସେମାନଙ୍କ ପ୍ରବେଶକୁ ମନା କରାଯିବା, ଚୀନରେ ଥିଲେ ସେମାନଙ୍କୁ ନିଜ ଦେଶକୁ ପଠାଇ ଦିଆଯିବା ଏବଂ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବା, ସଂପତ୍ତି ଜବତ, ବାଜ୍ୟାପ୍ତ କରିବା ଆଦି ବ୍ୟବସ୍ଥା କରାଯାଇଛି। ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ଯେ ଯେଉଁ ବ୍ୟକ୍ତିବିଶେଷ ଚୀନ ବିରୁଦ୍ଧରେ ଏଭଳି କାର୍ଯ୍ୟରେ ଲିପ୍ତ ଥିବେ ସେମାନଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ମଧ୍ୟ ଏହି କଟକଣା ପ୍ରଯୁଜ୍ୟ ହେବ। ଚୀନର ଶୀର୍ଷ ଆଇନ ପ୍ରଣୟନକାରୀ ପରିଷଦ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ଷ୍ଟାଣ୍ଡିଂ କମିଟି ଏହି ଆଇନକୁ ମୋହର ମାରିଛି।
ବିଦେଶୀ ଆଇନ ଅନୁପାଳନ କରୁଥିବା କମ୍ପାନୀଗୁଡିକ ବିରୁଦ୍ଧରେ ଦଣ୍ଡବିଧାନ କରିବା କ୍ଷମତା ମଧ୍ୟ ଚୀନର ଅଦାଲତଗୁଡିକୁ ପ୍ରଦାନ କରାଯାଇଛି। ଆଇନରେ କୁହାଯାଇଛି ଯେ ଚୀନ ବ୍ୟକ୍ତିବିଶେଷ ଅଥବା କମ୍ପାନୀଗୁଡିକ ବିଦେଶୀ କଟକଣା ଅନୁପାଳନ କରିବା ଆବଶ୍ୟକତା ନାହିଁ। ଏହି ଆଇନ ଦେଶର ପ୍ରଭୁତା, ଅଖଣ୍ଡତାକୁ ଦୃଢ ଭାବରେ ବଜାୟ ରଖିବା ସହିତ ଦେଶର ମୂଳ ସ୍ୱାର୍ଥକୁ ସୁରକ୍ଷିତ ରଖିବା ତଥା ପାଶ୍ଚାତ୍ୟ ରାଷ୍ଟ୍ରସମୂହର କ୍ଷମତା ରାଜନୀତିକୁ ପ୍ରତିହତ କରିବାକୁ ଉଦ୍ଦିଷ୍ଟ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନବିଙ୍ଗ କହିଛନ୍ତି। ସୂଚନାଯୋଗ୍ୟ ଯେ ଆମେରିକାର କଟକଣା ଏବଂ ବାଣିଜ୍ୟ ପ୍ରତିବନ୍ଧକକୁ ନେଇ ଚୀନ ଦୀର୍ଘଦିନରୁ ଅଭିଯୋଗ କରିଆସୁଛି ଏବଂ ଏହାଦ୍ୱାରା ଚୀନ କମ୍ପାନୀଗୁଡିକ କ୍ଷତିଗ୍ରସ୍ତ ହେଉଥିବା କହୁଛି। ଏହା ଆମେରିକା ଆଇନର ତାହାର ସୀମାରେଖା ବାହାରେ ଅନଧିକାର ପ୍ରୟୋଗ ବୋଲି ଚୀନ ଯୁକ୍ତି ଦର୍ଶାଇ ଆସୁଛି। ଅନ୍ୟପକ୍ଷରେ ଆମେରିକାର ବାଇଡେନ ପ୍ରଶାସନ ହଂକଂ ଏବଂ ଜିନଜିଆଙ୍ଗ ଅଞ୍ଚଳରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ସହିତ ଚୀନ ଅସାଧୁ ବ୍ୟବସାୟିକ ନୀତି ଜାରି ରଖିଥିବା କହି ସମାଲୋଚନା କରିଛି। ଗତମାସରେ ବାଇଡେନ ପ୍ରଶାସନ ଯେଉଁ ପରିବର୍ଦ୍ଧିତ କଳାତାଲିକାଭୁକ୍ତ କମ୍ପାନୀସମୂହର ତାଲିକା ପ୍ରକାଶ କରିଛନ୍ତି, ସେଥିରେ ମୁଖ୍ୟତଃ ବେଜିଂସ୍ଥିତ ସାମରିକ ଉପକରଣ ନିର୍ମାଣକାରୀ କମ୍ପାନୀଗୁଡିକ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories