www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୦ ଏପ୍ରିଲ ୧ରୁ ବିଏସ୍‍-୪ ଗାଡ଼ି ବିକ୍ରି ଏବଂ ପଞ୍ଜିକରଣ ବନ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୨୦୨୦ ଏପ୍ରଲ ୧ରୁ ଦେଶରେ ବିଏସ୍‍-୪ (ଭାରତ ଷ୍ଟେଜ୍‍-୪) ଗାଡ଼ିର ବିକ୍ରି ଏବଂ ପଞ୍ଜିକରଣ ହେବନାହିଁ। ସୁପ୍ରିମକୋର୍ଟ ବୁଧବାର ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ଗତ ଅଗଷ୍ଟ ୨୭ରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ବୁଧବାର ଏହି ମାମଲାର ରାୟ ଶୁଣାଇବା ପୂର୍ବକ ସୁପ୍ରିମକୋର୍ଟ ବିଏସ୍-୪ ଗାଡ଼ି ବିକିବା ପାଇଁ ୨୦୨୦ ଏପ୍ରିଲ-୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହି ସମୟ ପରେ ଦେଶ ବ୍ୟାପୀ ବିଏସ୍-୪ ଗାଡ଼ି ବିକ୍ରି ଓ ପଞ୍ଜିକରଣ ବନ୍ଦ ହୋଇଯିବ।

ବିଏସ୍‍-୪ ପ୍ରଦୂଷଣ ନିଷ୍କାସନର ମାନକ ଅଟେ। ଉଲ୍ଲେଖଯୋଗ୍ୟ ଯେ ୨୦୨୦ ବେଳକୁ ବିଏସ୍‍-୫ ମାନକରୁ ଆଗକୁ ବଢି ବିଏସ୍‍-୬ ମାନକ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାର ୨୦୧୬ରେ ଘୋଷଣା କରିଥିଲେ। ବିଏସ୍‍-୬ ଇନ୍ଧନରେ ବିଏସ୍‍-୪ ତୁଳନାରେ ବହୁ କମ ମାତ୍ରାରେ ଗାନ୍ଧକ (ସଲ୍ଫର) ଥାଏ। ଏହାଦ୍ୱାର ପ୍ରଦୂଷଣ ମାତ୍ରା କମିଥାଏ। ଉଚ୍ଚ ବିଏସ୍‍ ମାନକ ବିଶିଷ୍ଟ ଗାଡ଼ିରୁ କମ ପ୍ରଦୂଷଣ ହୋଇଥାଏ। ସୂଚନା ଅନୁସାରେ ସରକାରୀ ତେଲ କମ୍ପାନୀଗୁଡ଼ିକ ବିଏସ୍‍-୬ ଇନ୍ଧନ ଯୋଗାଣ ପାଇଁ ବିଶୋଧନାଗାରରେ ୨୮,୦୦୦ କୋଟି ଟଙ୍କା ବିନିଯୋଗ କରିବେ।
ଅଟୋ ମୋବାଇଲ କମ୍ପାନୀଗୁଡ଼ିକୁ ମହଜୁଦ୍‍ ପୁରୁଣା ଗାଡ଼ି ବିକିବା ପାଇଁ ଜୁନ୍‍ ୩୦ ପର୍ଯ୍ୟନ୍ତ ସମୟ ସୀମା ଦେବାକୁ ସରକାର ଚାହୁଁଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆମିକସ୍‍ କ୍ୟୁରି ଅପରାଜିତା ସିଂହ ଏହାର ବିରୋଧରେ ଥିଲେ। ଏପରିକି ବିଏସ୍‍-୬ ମାନକ ବିଶିଷ୍ଟ ଭାରୀଯାନ ବିକିବା ପାଇଁ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେବାର ପ୍ରସ୍ତାବକୁ ମଧ୍ୟ ସେ ବିରୋଧ କରିଥିଲେ।

- Advertisement -

ପ୍ରକାଶଯୋଗ୍ୟ ଯେ ବିଏସ୍‍-୪ ଇନ୍ଧନରେ ସଲ୍ଫର ମାତ୍ରା ୫୦ ପିପିଏମ୍‍ ରହିଥିବାବେଳେ ବିଏସ୍‍-୬ରେ ଏହି ମାତ୍ରା ୮୦% ହ୍ରାସ ପାଇ ମାତ୍ର ୧୦ ପିପିଏମ ହୋଇଯିବ। ଏହାଦ୍ୱାରା ଗାଡ଼ିମଟର ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣ ବହୁ ମାତ୍ରାରେ କମିଯିବ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories