www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟରେ ବଢୁଛି ସ୍ଥାନୀୟ ଆକ୍ରାନ୍ତଙ୍କ ହାର

ଭୁବନେଶ୍ବର :ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପୂର୍ବରୁ ପ୍ରବାସୀଙ୍କ ପାଇଁ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ ମୁଖପାତ୍ର ସୁବ୍ରତ ବାଗଚୀ କହୁଥିଲେ। ତାଙ୍କ କହିବା ଅନୁଯାୟୀ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ହେଲେ ଜୁଲାଇର ସ୍ଥିତି ଦେଖିଲେ ଯାହା ଲାଗୁଛି ତାହା କୌଣସି ଗୁଣରେ ଗୋଷ୍ଠୀ ସଂକ୍ରମଣରେ କମ୍ ନୁହେଁ। ମାତ୍ର ଦିନ କେଇଟାରେ ସ୍ଥାନୀୟ ଅଞ୍ଚଳରୁ ୨୪ ଶହରୁ ଊର୍ଦ୍ଧ୍ବ ସ୍ଥାନୀୟ ଆକ୍ରାନ୍ତ ବାହାରିଲେଣି। ଯଦି ଏହାକୁ ସରକାର ମାନିବାକୁ ନାରାଜ ତେବେ କ’ଣ କୁହାଯିବ ବୋଲି କେତେକ ବରିଷ୍ଠ ନାଗରିକ ପ୍ରଶ୍ନ ଉଠାଇଛନ୍ତି।

ଅଭିଯୋଗ ଅନୁଯାୟୀ ଜୁଲାଇ ମାସର ୧୪ଦିନ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ପାଖାପାଖି ୮ହଜାର ଛୁଇଁ ସାରିଲାଣି। ଜୁନ୍ ପହିଲାରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୭୫୪୫ ଥିବାବେଳେ ଆଜି ଏହି ସଂଖ୍ୟା ୧୪ହଜାର ୮୯୮କୁ ଛୁଇଁଲାଣି।  ଦିନକୁ ଦିନ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢ଼ି ଚାଲିଛି। ଅଧିକାଶଂ ଦିନ ୨୦୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ଆକ୍ରାନ୍ତ ମଧ୍ୟ ବାହାରୁଛନ୍ତି। ସେଥିମଧ୍ୟରେ ଡାକ୍ତର, ପୁଲିସ, ସାମ୍ବାଦିକ, ବିଧାୟକ, ସରପଞ୍ଚ, ୱାର୍ଡମେମ୍ବର, ପାରାମେଡିକାଲ ଷ୍ଟାଫ ଓ ସଫେଇ କର୍ମଚାରୀ ପ୍ରଭୃତି ରହିଛନ୍ତି। ଏହିସବୁ ସଂଖ୍ୟା ସଙ୍ଗରୋଧ କେନ୍ଦ୍ରର ସଂଖ୍ୟାର ପ୍ରାୟ ଏକତୃତୀୟାଂଶ ରହିଛନ୍ତି। ଦିନକୁ ଦିନ ଏହି ହାର ମଧ୍ୟ ବୃଦ୍ଧି ପାଉଛି। ଗୋଟିଏ ପଟେ ସ୍ଥାନୀୟ ସଂକ୍ରମଣକୁ ନେଇ ଜିଲାପ୍ରଶାସନ ଓ କମିଶନରଙ୍କ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସାଙ୍ଗକୁ ସଟ୍‌ଡାଉନ୍ କରାଯାଉଛି। ଗଞ୍ଜାମରେ ପରିସ୍ଥିତି ଏତେ ଜଟିଳ ହେଲାଣି ଯେ ଜିଲାକୁ ଚାରିପଟୁ ନାକାବନ୍ଦି କରାଯାଇଛି। ପ୍ରବାସୀଙ୍କ ସଂକ୍ରମଣ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ସଂକ୍ରମିତ କରୁଛି। ଯଦି ସରକାର ଏବେଠାରୁ ଏହାକୁ ରୋକିବା ଦିଗରେ ଠୋସ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଏହି ସଂଖ୍ୟା ଢ଼େରଗୁଣରେ ବଢ଼ିଯିବ। ସେତେବେଳେ ସରକାର ପରିସ୍ଥିତିକୁ କିଭଳି ମୁକାବିଲା କରିବେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃ​ଷ୍ଟି ହୋଇଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories