ସାରା ବିଶ୍ୱରେ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମରେ ଦେଖାଗଲା ଏହି ସମସ୍ୟା

ଭୁବନେଶ୍ୱର/ନୂଆଦିଲ୍ଲୀ- ସାରା ବିଶ୍ୱରେ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମର ସର୍ଭର ଧୀର ହୋଇଯାଇଥିବା ସୂଚନା ମିଳିଛି । ଏଥିପାଇଁ  ପିସି ଓ ଫୋନ୍‌ରୁ ଏହି ଦୁଇଟି ଆପ୍ଲିକେସନ୍‌ ଲଗ୍‌ଆଉଟ୍‌ ହୋଇଯାଇଛି । କିଛି ବ୍ୟବହାରକାରୀ ଏହାକୁ ବ୍ୟବହାର କରି ପାରୁ ନଥିବା ବେଳେ କିଛି ପୋଷ୍ଟ ଏବଂ ଅପ୍‌ଲୋଡ୍‌ କରିପାରୁନାହାନ୍ତି ।

ଅନେକ ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ସେମାନଙ୍କ ପାସ୍‌ଓ୍ୱାର୍ଡ ଭୁଲ୍‌ ଥିବା ସନ୍ଦେଶ ବି ଆସିଛି । ଏହାକୁ ପରିବର୍ତ୍ତନ କରିବା ପରେ ମଧ୍ୟ କୌଣସି ଲାଭ ହୋଇନାହିଁ । ଡାଉନ୍‌ଡିକ୍ଟେକ୍ଟରର ସୂଚନା ଅନୁସାରେ ମେଟା ଦ୍ୱାରା ପରିଚାଳିତ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ ଏବଂ ଥ୍ରେଡ୍‌ରେ ଏହି ସମସ୍ୟା ଦେଖା ଦେଇଛି ।

Comments are closed.