www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ

ଭୁବନେଶ୍ବର/ନୂଆଦିଲ୍ଲୀ : ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପାଇଁ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ୍  କରି ସେ କହିଛନ୍ତି ଓଡ଼ିଶାରେ ଉତ୍ତମ ଶାସନ ଏବଂ ଓଡ଼ିଶାର ଅନନ୍ୟ ସଂସ୍କୃତି ପାଳନ ପାଇଁ ଏହା ଏକ ଐତିହାସିକ ବିଜୟ। ଲୋକଙ୍କ ସ୍ୱପ୍ନ ପୂରଣ ଏବଂ ଓଡ଼ିଶାକୁ ପ୍ରଗତିର ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ହେଳା କରିବ ନାହିଁ। ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ପ୍ରଥମ ଥର ପାଇଁ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଟିପ୍ପଣୀ କରିଛନ୍ତି।  ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୨୯୩ ଆସନ​‌ରେ ବିଜୟୀ ହୋଇ କ୍ରମାଗତ ତୃତୀୟ ଥର କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍‌ଡିଏ ଉପରେ ପୁଣି ଭରସା ରଖିଥିବାରୁ ମୋଦୀ ଜନତା ଜନାର୍ଦନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଭାରତ ଇତିହାସରେ ଏହା ଆଉ ଏକ ଐତିହାସିକ ଘଟଣା ବୋଲି ମୋଦୀ ମତବ୍ୟକ୍ତ କରିଛନ୍ତି। ବିଗତ ଦଶ ବର୍ଷ ଧରି ତାଙ୍କ ସରକାର ଯେଭଳି ଦେଶବାସୀଙ୍କୁ ବିକାଶ ଦିଗରେ କାର୍ଯ୍ୟ କରିଛି, ତାହାକୁ ଅବ୍ୟାହତ ରଖିବେ ବୋଲି ମୋଦୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଦଳକୁ ବିଜୟୀ କରିବାରେ କର୍ମୀଙ୍କ ନିରବଚ୍ଛିନ୍ନ ଉଦ୍ୟମକୁ ପ୍ରଶଂସା କରିବାରେ ଶବ୍ଦର ଅଭାବ ରହିଥିବା ମୋଦୀ କହିଛନ୍ତି।
ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିଜେପିର ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳର ସମସ୍ତ ପରିଶ୍ରମୀ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମ ପାଇଁ ଓଡ଼ିଶାରେ ବିଜେପିର ବଡ଼ ବିଜୟ ହୋଇଛି। ଏଥିପାଇଁ ସେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଜଗନ୍ନାଥଙ୍କ ଭୂମିର ସେବା ପାଇଁ ବିଜେପିକୁ ସୁଯୋଗ ମିଳିଛି। ଏଥିପାଇଁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୋଦୀଙ୍କ ନେତୃତ୍ବରେ ବିଜୟ ହାସଲ ବିକଶିତ ଭାରତ, ବିକଶିତ ଓଡ଼ିଶା ସଂକଳ୍ପ ସାକାର ହେବ। ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ସାହିତ୍ୟର ବିକାଶ ହେବ ବୋଲି ଶ୍ରୀ ଶାହା କହିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories