www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ବାଚନ ଫଳାଫଳ ଆସିବା ପରେ ନବୀନଙ୍କ ପ୍ରତିକ୍ରିୟା: ଦଳମତ ନିର୍ବିଶେଷରେ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ଆସିବା ପରେ ଦଳମତ ନିର୍ବିଶେଷରେ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ସମସ୍ତ ନେତା ଓ କର୍ମୀଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ଆଜି ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ। ତେବେ ଗତ ୨୪ ବର୍ଷ ମଧ୍ୟ ପ୍ରଥମଥର ଲାଗି ପରାଜିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଜୁନ୍‌ ୧୦ତାରିଖରେ ରାଜ୍ୟରେ ବିଜେପିର ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।  କେବଳ ବିଧାନସଭା ନୁହେଁ, ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ଅଭୂତପୂର୍ବ ସଫଳତା ହାସଲ କରିଛି।  ବିଧାନସଭାର ୧୪୭ ଆସନରୁ ୭୮ଟି ଆସନରେ ବିଜେପି ବିଜୟୀ ହୋଇଥିବାବେଳେ ବିଜେଡିର ଆସନ ସଂଖ୍ୟା ୫୧ରେ ସୀମିତ ରହିଛି। କଂଗ୍ରେସ ୧୪ଟି ଆସନରେ ବିଜୟୀ ହୋଇଥିବାବେଳେ ଅନ୍ୟମାନେ ୪ଟି ଆସନ ଜିତିଛନ୍ତି। ବିଜେପିରୁ ଟିକଟ ନ ପାଇ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ୩ଜଣ ବିଜୟ ହାସଲ କରିଛନ୍ତି। ଲୋକସଭାର ୨୧ଟି ଆସନରୁ ବିଜେପି ୨୦ଟିରେ ବିଜୟୀ ହୋଇଛି।
ଲୋକସଭାରେ ବିଜେଡିର ପ୍ରତିନିଧିତ୍ବ ଶୂନ୍ୟ ହୋଇଥିବାବେଳେ କଂଗ୍ରେସ ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛି। କଂଗ୍ରେସ କୋରାପୁଟ ଆସନ ବଜାୟ ରଖିବାରେ ସଫଳ ହୋଇଛି। ଅପରପକ୍ଷରେ ବିଜୟକୁ ନେଇ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀ ଅଦିନିଆ ଦୀପାବଳି ପାଳନ କରିଛନ୍ତି। ବିଜେପିର ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଦଳର ସଭାପତି ଜେ.ପିି ନଡ୍ଡାଙ୍କ ଲକ୍ଷ୍ୟପୂର୍ଣ୍ଣ ରଣନୀତି ଯୋଗୁଁ ସମ୍ଭବ ହୋଇଥିବା ରାଜ୍ୟ ନେତାମାନେ ମତ ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories