www.samajalive.in
Sunday, December 7, 2025
15.1 C
Bhubaneswar

ପଞ୍ଚମ ଥର ପାଇଁ ଜୟନାରାୟଣ ମିଶ୍ର ବିଜୟୀ

ସମ୍ବଲପୁର : ରାଜ୍ୟର ସମ୍ମାନଜନକ ବିଧାନସଭା ଆସନରେ ବିଜେପିର ଟାଣୁଆ ନେତା ଜୟନାରାୟଣ ମିଶ୍ର ପଞ୍ଚମ ଥର ପାଇଁ ମଙ୍ଗଳବାର ଘୋଷିତ ଫଳାଫଳ ପରେ ବିଜୟୀ ହୋଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଶ୍ରୀ ମିଶ୍ର ନିଜର ପ୍ରତିକ୍ରୟା ଦୈନିକ ଖବରକାଗର ‘ସମାଜ’ କୁ ଦେଇ କହିଛନ୍ତି ଯେ, ଆଜିର ବିଜୟ ପାଇଁ ମୁଁ ନିଶ୍ଚିତ ରହିଥିଲି। ସମ୍ବଲପୁରବାସୀଙ୍କ ସୁଖଦୁଃଖର ମୁଁ ସାଥି ହୋଇଥିବା ବେଳେ ମୁଁ ରହିଥିଲି, ରହିଛି ଓ ରହି ଆସୁଥିବି। ସମ୍ବଲପୁରବାସୀ ମୋତେ ବିଶ୍ୱାସ କରି ୫ମ ଥର ପାଇଁ ବିଜୟୀ କରିଥିବାରୁ ମୁଁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି।

ମୋଦୀଜୀ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତର ପରିକଳ୍ପନା ପାଇଁ ୨୦୩୬ରେ ଯେତେବେଳେ ୧୦୦ ବର୍ଷର ପୂର୍ତ୍ତି ପାଳନ କରିବ ସେ ସମୟରେ ବିକଶିତ ଓଡିଶା ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ତାହାକୁ ସ୍ୱିକାର ସହିତ ମୋଦୀଙ୍କ ଗ୍ୟାରେଣ୍ଟିକୁ ଓଡିଶାବାସୀ ବିଶ୍ୱାସ କରି ଦଳକୁ ବିଜୟୀ କରିଛନ୍ତି। ବିକଶିତ ଭାରତର ପାଇଁ ଯେଉଁ ପରିକଳ୍ପନା କରାଯାଇ ଯେଉଁ ସେତୁ ବନ୍ଧାଯାଉଛି, ସେଥି ପାଇଁ ଆମେ ଗୋଟିଏ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନିର୍ବାହ କରୁଛୁ। ମୋଦୀଙ୍କ ଯେଉଁ ବିକଶିତ ଭାରତ ଓ ବିଶ୍ୱଗୁରୁ ଭାବରେ ଗଢ଼ି ତୋଳିବା ସଂକଳ୍ପ ନେଇଛନ୍ତି ସେଥିପାଇଁ ଆମେ ମାନେ ଜଣେ ଜଣେ ସୈନିକ ରୂପେ କାର୍ଯ୍ୟରତ। ଓଡିଶାବାସୀ ମୋଦୀଙ୍କ ସହିତ ଦଳକୁ ବିଶ୍ୱାସ କରିଥିବାରୁ ସମସ୍ତଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଅର୍ପଣ କରୁଛି।

- Advertisement -

ମୁଁ ଦଳରେ ଏତେ ବର୍ଷ କାର୍ଯ୍ୟ କରିବା ପରେ ମଧ୍ୟ ଦଳର ଜଣେ କର୍ମୀ ରୂପେ କାର୍ଯ୍ୟ କରିଆସୁଛି। ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ତାହାକୁ ପୁର୍ଣ୍ଣ କରିବା ପାଇଁ ମୁଁ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରିଆସିଛି। ରାଜ୍ୟରେ ଦଳ ସରକାର ଗଠନ ସହିତ ମୋତେ କଣ ପଦପଦବୀ ଦାୟିତ୍ୱ ଦେବ, ସେଥିପାଇଁ ପାଇଁ ମୁଁ ଚିନ୍ତିତ କିମ୍ବା ଲାଳାୟିତ ନୁହେଁ। ଦଳ ମୋ ପାଇଁ ଯାହା ଉଚିତ ଭାବି ଦାୟିତ୍ୱ ପ୍ରଦାନ କରିବ ମୁଁ ତାହା କରିବି। ମୋର ଗୋଟିଏ ଲକ୍ଷ୍ୟ ଜନତାଙ୍କ ବିକାଶ ଓ ସେବା କରିବା। ମୁଁ ବିଗତ ୪ ଥର ବିଧାୟକ ହେବା ପରେ ଲୋକଙ୍କ ସେବା କରିଆସିଛି ଏବଂ ଚଳିତ ଥର ମଧ୍ୟ ମୋର ସେବା ଓ ବିକାଶ କାର୍ଯ୍ୟ ଜାରି ରଖିବି ଏବଂ ଲୋକଙ୍କ ସୁଖଦୁଃଖର ସାଥି ହୋଇ ରହିବି ଏବଂ ମୋଦୀଙ୍କ ବିକଶିତ ଓଡିଶାକୁ ସଫଳ କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିବି। ବିଜୟର ଶ୍ରେୟ ସମ୍ବଲପୁରବାସୀଙ୍କୁ ଦେଉଛି।

ମୁଁ ଯେଉଁ ସମ୍ବଲପୁରକୁ ସୁରକ୍ଷିତ ଓ ବିକଶିତ ସହର ରୂପେ ଗଢ଼ି ତୋଳିବାର ସ୍ୱପ୍ନ ରଖିଛି, ତାହାକୁ ସାକାର କରିବା ପାଇଁ ମୁଁ ପ୍ରାଣପଣେ ଉଦ୍ୟମ କରିବି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ସାଂସଦ ରୂପେ ଜିଣିଥିବାରୁ ନିଶ୍ଚିତ ରୂପେ କେନ୍ଦ୍ରରୁ ଅନୁଦାନ ଆସିବ ଏବଂ ରାଜ୍ୟରେ ଆମର ଦଳ ସରକାର ଗଢ଼ିବାକୁ ଯାଉଥିବାରୁ ଡବଲ ଇଞ୍ଜିନ ସରକାର ସୁଫଳ ସମ୍ବଲପୁରବାସୀ ପାଇବେ। ବିଗତ ଦିନରେ ନବୀନ ସରକାର ଯେଉଁ ସୁବିଧା ଲୋକଙ୍କୁ ଦେବାକୁ କୁଣ୍ଠାବୋଧ କରୁଥିଲେ, ତାହାକୁ ଆମେ ପ୍ରକୃତ କ୍ଷେତ୍ରରେ ଓହ୍ଲାଇ ବିକାଶ କରିବୁ। ଆମେ ରାଜ୍ୟରେ ସରକାର ହେଲେ ଚାଷୀଙ୍କୁ ଧାନର ଏମଏସପି ୩୧ ଶହ ଟଙ୍କା, ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କା ମାଗଣା ଭାଉଚର ପ୍ରଦାନ ଆଦି ଦିଆଯାଇଥିବା ପ୍ରତିଶୃତି ଗୁଡିକ ପୁରଣ କରାଯିବ ବୋଲି ଶ୍ରୀ ମିଶ୍ର ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

ବିଜୟ ପ୍ରମାଣପତ୍ର ଗ୍ରହଣ କରିଲେ ଜୟନାରାୟଣ

ଚଳିତ ବିଧାନସଭା ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ଜୟନାରାୟଣ ମିଶ୍ର ତାଙ୍କର ନିକଟତମ ବିଜେଡିର ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ହରାଇ ୫ମ ଥର ପାଇଁ ଏହି ଆସନରୁ ବିଜୟୀ ହୋଇଛନ୍ତି। ବିଜୟୀ ହେବା ପରେ ଶ୍ରୀ ମିଶ୍ର ସ୍ଥାନୀୟ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କର ବିଜୟୀ ହେବାର ସରକାରୀ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଆଜି ରାତ୍ର ପ୍ରାୟ ସାଢ଼େ ୯ଟା ସମୟରେ ଉପ ଜିଲାପାଳ ପୁଷ୍ପାଞ୍ଜଳି ପଣ୍ଡାଙ୍କ କାର୍ଯ୍ୟାଳୟ ଠାରେ ଶ୍ରୀ ମିଶ୍ର ଦଳୀୟ ପଦାଧିକାରୀଙ୍କ ସହିତ ଯାଇ ଆବଶ୍ୟକୀୟ କାଗଜପତ୍ର ପ୍ରକ୍ରିୟା ପୂରଣ ପରେ ପ୍ରମାଣପତ୍ର ହାସଲ କରିଛନ୍ତି। ଏହି ଅବସରରେ ଫଣିଭୂଷଣ ମିଶ୍ର, ମୋହନ ଦାସ, ସୁଶାନ୍ତ ପୁରୋହିତ, ମାନସ ବକ୍ସୀ ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories