www.samajalive.in
Sunday, December 7, 2025
16.1 C
Bhubaneswar

ହଜିଯାଇଥିବା ଲୋକ ନିଜକୁ ଖୋଜିବା ଦଳରେ ସାମିଲ

ଇସ୍ତାନବୁଲ: ଜଣେ ବ୍ୟକ୍ତି ମଦ ପିଇବା ପରେ ନିଶାରେ ଜଙ୍ଗଲ ଭିତରକୁ ଚାଲିଗଲେ । ତାଙ୍କ ସହିତ ମଦ ପିଉଥିବା ଅନ୍ୟଜଣେ ବ୍ୟକ୍ତି ତାଙ୍କୁ ଖୋଜିବାକୁ ଅନେକ ଚେଷ୍ଟା କରି ମଧ୍ୟ ପାଇଲେ ନାହିଁ । ପରେ ଦ୍ୱିତୀୟ ବ୍ୟକ୍ତିଜଣକ ଘରକୁ ଫେରିଆସି ତାଙ୍କ ସାଙ୍ଗ ହଜିଯାଇଥିବା ପ୍ରଚାର କରିଦେଲେ । ତାଙ୍କୁ ଖୋଜିବାକୁ ଉଦ୍ଧାରକାରୀ ଦଳ ବାହାରିପଡିଲେ । ସେମାନଙ୍କ ସହିତ ଏହି ବ୍ୟକ୍ତିଜଣକର କିଛି ସାଙ୍ଗ ଓ ପଡୋଶୀ ମଧ୍ୟ ଥିଲେ । ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଉଦ୍ଧାରକାରୀ ଦଳ ଯାହା ଦେଖିଲେ ସେଥିରେ ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।

ତୁର୍କୀର ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତିଜଣକ ହେଉଛନ୍ତି ବେହାନ୍‌ ମୁଟଲୁ । ଇନେଗଲ ସହର ଠାରୁ ଅନତିଦୂରରେ ଥିବା କାୟାକା ଗ୍ରାମରେ ସେ ରହନ୍ତି । କିଛିଦିନ ତଳେ ସେ ନିଜର କିଛି ସାଙ୍ଗଙ୍କ ସହିତ ଗ୍ରାମ ନିକଟ ଜଙ୍ଗଲ ଆରମ୍ଭରେ ବସି ମଦ୍ୟପାନ କରୁଥିଲେ । ମଦ ପିଉପିଉ ନିଶାଗ୍ରସ୍ତ ଅବସ୍ଥାରେ ମୁଟଲୁ ଜଙ୍ଗଲ ଭିତରକୁ ଚାଲିଗଲେ । ସେତେବେଳକୁ ସଂଧ୍ୟା ହୋଇଆସୁଥାଏ । ତାଙ୍କ ସାଙ୍ଗମାନଙ୍କର ଯେତେବେଳେ ମଦ ନିଶା ସାମାନ୍ୟ ଖସିଲା ସେତେବେଳେ ସେମାନେ ମୁଟଲୁଙ୍କୁ ଖୋଜିବା ଆରମ୍ଭ କରିଦେଲେ । ଜଙ୍ଗଲ ଭିତରକୁ କିଛିବାଟ ପର୍ଯ୍ୟନ୍ତ ଯାଇ ସେମାନେ ତାଙ୍କ ନାମ ଧରି ଡାକିଲେ । କିନ୍ତୁ ଉତ୍ତର ନମିଳିବାରୁ ସେମାନେ ଫେରିଆସି ପଡୋଶୀଙ୍କୁ ଖବର ଦେଲେ । ଏହି ଖବର ପୁଲିସ ପାଇବା ପରେ ଉଦ୍ଧାରକାରୀ ଦଳ ବେହାନ୍‌ ମୁଟଲୁଙ୍କୁ ଖୋଜିବା ଆରମ୍ଭ କଲେ । ଏହି ଦଳ ସହିତ ମୁଟଲୁଙ୍କ ସାଙ୍ଗମାନେ ମଧ୍ୟ ଜଙ୍ଗଲକୁ ଯାଇଥିଲେ । ସମସ୍ତେ ଟର୍ଚ୍ଚ ପକାଇ ଜଙ୍ଗଲକୁ ତନ୍ନତନ୍ନ କରି ଖୋଜୁଥାନ୍ତି । ସେମାନେ ବାରମ୍ବାର ମୁଟଲୁଙ୍କ ନାମ ଧରି ଡାକୁଥାନ୍ତି । ଦୀର୍ଘ ସମୟ ଏହିଭଳି ଖୋଜା ଚାଲିବା ପରେ ହଠାତ ଉଦ୍ଧାରକାରୀ ଦଳ ଭିତରୁ ଜଣେ ଅନ୍ୟମାନଙ୍କୁ ପଚାରିଲେ, ଆମେ କାହାକୁ ଖୋଜୁଛେ? ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ ମୁଟଲୁଙ୍କୁ ଖୋଜୁଥିବା କହିବା ପରେ ଖୋଜାଯାଉଥିବା ବ୍ୟକ୍ତି କହିଥିଲେ ସେ ହେଉଛନ୍ତି ମୁଟଲୁ । ଏକଥା ଶୁଣି ଦଳର ସଦସ୍ୟମାନଙ୍କ ମୁହଁରୁ ଆଉ କଥା ବାହାରିଲା ନାହିଁ । ସମସ୍ତେ କେବଳ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁରହିଥାନ୍ତି ।

- Advertisement -

ପରେ ଜଣାଗଲା ଯେ ବେହାନ ଜାଣିନଥିଲେ ତାଙ୍କ ସାଙ୍ଗମାନେ ସେ ନିଖୋଜ ହୋଇଯାଇଥିବା କଥା ପୁଲିସକୁ କହିଛନ୍ତି ଏବଂ ପୁଲିସର ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁଛି । ତାହାଛଡା ତାଙ୍କ ସାଙ୍ଗମାନେ କିଭଳି ଉଦ୍ଧାରକାରୀ ଦଳ ଭିତରେ ନିଜେ ମୁଟଲୁଥିବା କଥା ଜାଣିପାରିଲେ ନାହିଁ, ତାହା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା ପୂର୍ବରୁ ୨୦୧୨ରେ ଆଇସଲ୍ୟାଣ୍ଡରେ ମଧ୍ୟ ଏହା ଅନୁରୂପ ଏକ ଘଟଣା ଘଟିଥିଲା । ଜଣେ ମହିଳା ଉଚ୍ଚ ପାର୍ବତ୍ୟାଞ୍ଚଳକୁ ଯାଇ ଆଉ ଫେରିନଥିଲେ । ତାଙ୍କ ପରିବାର ଲୋକ ସେ ନିଖୋଜ ହୋଇଯାଇଥିବା କଥା ପୁଲିସକୁ ଜଣାଇଥିଲେ । ଶେଷକୁ ପୁଲିସ ଜଣେ ମହିଳା ପର୍ଯ୍ୟଟକଙ୍କ ସାହାଯ୍ୟ ଲୋଡିଥିଲା ଏବଂ ତାଙ୍କୁ ହଜିଯାଇଥିବା ଅନ୍ୟ ଜଣେ ପର୍ଯ୍ୟଟକଙ୍କୁ ଖୋଜିବା ଦାୟିତ୍ୱ ଦିଆଗଲା । ପାର୍ବତ୍ୟାଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ଏହି ମହିଳା ଜଣକ ଫେରିଆସି ଯେତେବେଳେ ପୁଲିସକୁ ହଜିଯାଇଥିବା ମହିଳାଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ମାଗିଲେ, ସେତେବେଳେ ପୁଲିସ ଯେଉଁ ସୂଚନା ଦେଇଥିଲା ତାହା ଏହି ମହିଳାଙ୍କ ସମ୍ପର୍କରେ ଥିଲା । ସେ ପୁଲିସକୁ କହିଥିଲେ ଯେ ନିଜେ ସେ ହେଉଛନ୍ତି ଏହି ମହିଳା ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories