www.samajalive.in
Saturday, December 6, 2025
16.1 C
Bhubaneswar

କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାର କାହାଣୀ ‘ଦି କାଶ୍ମୀର ଫାଇଲ୍ସ’: ଦେଖନ୍ତୁ ଟ୍ରେଲର

ମୁମ୍ବଇ: ‘ଦି ତାଶକେଣ୍ଟ ଫାଇଲ୍ସ’ର ସଫଳତା ପରେ ନିର୍ମାତା ଏବେ କାଶ୍ମୀର ନରସଂହାର ପୀଡ଼ିତଙ୍କ ସତ୍ୟ ଘଟଣା ଉପରେ ଆଧାରିତ ଆଉ ଏକ ହୃଦୟସ୍ପର୍ଶୀ ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି। ସେ ସମୟରେ କାଶ୍ମୀରରେ ଖେଳିଯାଇଥିବା ଆତଙ୍କ, ଭ୍ରମ ଓ ଭୟଙ୍କର ଘଟଣାଗୁଡ଼ିକର ଏକ ଝଲକ୍‌ ଦେଖାଇ ‘ଦି କାଶ୍ମୀର ଫାଇଲ୍ସ’ର ଟ୍ରେଲର ଆପଣଙ୍କୁ ଫେରାଇନେବ ଅତୀତର ସେହି ଦୁଃଖଦ ସମୟକୁ। ସୋମବାର ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକ ଏହାକୁ ଖୁବ୍‌ ଭଲପାଇବା ଦେଉଥିବା ଦେଖିବାକୁ ମିଳିଛି।

ଜାତୀୟ ପୁରସ୍କାର ବିଜେତା ପଲ୍ଲବୀ ଜୋଶୀ, ପ୍ରକାଶ ବେଲାୱଡ଼ି, ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ଭାଷା ସୁମ୍ବଲୀ, ଚିନ୍ମୟ ମଣ୍ଡଲେକର, ପୁନୀତ ଇସର, ମୃଣାଳ କୁଲକର୍ଣ୍ଣୀ, ଅତୁଲ ଶ୍ରୀବାସ୍ତବ ଓ ପୃଥ୍ବୀରାଜ ସରନାଇକଙ୍କ ଭଳି ଅନେକ ଲୋକପ୍ରିୟ କଳାକାର ‘ଦି କାଶ୍ମୀର ଫାଇଲ୍ସ’ରେ ଅଭିନୟ କରିଛନ୍ତି। ଟ୍ରେଲରେ କଶ୍ମୀର ପଣ୍ଡିତଙ୍କ ଦୁଃଖଭରା କାହାଣୀର ଝଲକ୍‌ ଦେଖିବାକୁ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ପରଦାକୁ ଆସିବ।

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories