www.samajalive.in
Saturday, December 6, 2025
16.1 C
Bhubaneswar

ଜଙ୍ଗଲରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୁମ୍ଫାକୋଣ୍ଡା ପଞ୍ଚାୟତ କେନାଗୁଡା ଗ୍ରାମ କେନାଲ ନିକଟବର୍ତ୍ତୀ ଜଙ୍ଗଲ ଭିତରେ ଆଜି ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବକ -ଯୁବତୀଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ପୁଅ ଝିଅ ଦୁଇଜଣ ପିନ୍ଧା ବେଲ୍ଟ ସାହାଯ୍ୟରେ ଗଛରେ ଝୁଲୁଥିବା ବେଳେ ମୃତଦେହ ଠାରୁ କିଛି ଦୂରରେ ଗୋଟିଏ ବାଇକ ରହିଥିବା ସହ ଝିଅର ଜୋତା ମଧ ସେଠାରେ ପଡ଼ିଥିବା ଦେଖିବାକୁ ମିଳିଛି ।
ପୁଅ ଝିଅ ଉଭୟ ପ୍ରେମୀ ଯୁଗଳ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୁଅ ଝିଅଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି କରାଯାଉଛି। ତେବେ ଉଭୟଙ୍କର ପରିଚୟ ମିଳିପାରି ନ ଥିବା ବେଳେ ସେମାନେ ଆତ୍ମହତ୍ୟା କରିଛନ୍ତି କି ସେମାନଙ୍କୁ ହତ୍ୟା କରାଯାଇଛି ତାହା ସଠିକ ଭାବେ ଜଣା ପଡିନାହିଁ ।
ସୂଚନା ଅନୁଯାୟୀ, ଗୁମ୍ଫାକୋଣ୍ଡା କେନାଗୁଡା ଗାଁ କେନାଲ ନିକଟରେ ଜଙ୍ଗଲରେ ଏହି ୨ ଜଣଙ୍କ ମୃତ ଦେହ ଝୁଲୁଥିବା କିଛି ଲୋକ ଦେଖି ଥିଲେ । ପରେ କାଲିମେଳା ପୁଲିସକୁ ଖବର ଦିଆଯିବ ପରେ କାଲିମେଳା ଥାନାର ମହିଳା ଏସ୍ ଆଇ ଏ କେ ପ୍ରଧାନ ଏବଂ ଅନ୍ୟ।ନ୍ୟ ପୁଲିସ କର୍ମଚାରୀ ଓ ଗୁମ୍ଫାକୋଣ୍ଡା ସ୍ଥିତ ବିଏସଏଫ କର୍ମଚାରୀ ମାନେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପରେ ମାଲାକାନଗିରି ଏସଡିପିଓ ଶୁଭେନ୍ଦୁ କୁମାର ପାତ୍ର ମଧ୍ୟ ଘଟଣା ସ୍ଥଳରେ ପହଁଚି ଅନୁଧ୍ୟାନ କରିଥିବା ଜଣା ପଡିଛି । ଏଥି ସହ କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣା ପଡିଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories