www.samajalive.in
Saturday, December 6, 2025
26.1 C
Bhubaneswar

ସ୍ୱାଭିମାନ ଅଞ୍ଚଳରେ ମାଟିତଳୁ ବିସ୍ଫୋରକ ସାମଗ୍ରୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳରେ ମାଟିତଳୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ବୋଲି ଆଜି ଖବର ମିଳିଛି। ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ନାଦମେଞ୍ଜେରୀ ଗାଁ ପାଖ ଜଙ୍ଗଲରୁ ତଲାସି ଅଭିଯାନ ସମୟରେ ଏସଓଜି ଓ ଡିଭିଏଫ ଠାବ କରି ଜବତ କରିଛନ୍ତି। ତଲାସି ଅଭିଯାନ ସମୟରେ ଟିଫିନ ବୋମା, ଦେଶୀ ବନ୍ଧୁକ, ଭଙ୍ଗା ରିଭଲଭର ଆଦି ଜବତ କରାଯାଇଛି। ପୁଲିସ ଓ ଗ୍ରାମବାସୀଙ୍କୁ ଟାର୍ଗେଟରେ ରଖି ଏଭଳି ମାଓବାଦୀମାନେ ଏହି ସମସ୍ତ ଅସ୍ତ୍ରଶସ୍ତ୍ର ପୋତିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆସନ୍ତା ୨୪ ତାରିଖରେ ସ୍ୱାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ସହ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories