www.samajalive.in
Saturday, December 6, 2025
26.1 C
Bhubaneswar

କରୁଛନ୍ତି କି ଏହି ଭୁଲ?

ଏକା ସମୟରେ କେତେକ ଖାଦ୍ୟ ଦ୍ରବ୍ୟ ରହିଛି ଯାହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ଏହା ବିଷୟରେ
କ୍ଷୀର –
ଚିକେନ ଖାଇବା ପରେ ବିଲକୁଲ କ୍ଷୀର ପିଅନ୍ତୁ ନାହିଁ। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଓ ଚିକେନର ପୋଷକ ତତ୍ତ୍ୱ ଉଭୟ ମିଶି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହ ଏହି ଦୁଇଟି ଖାଦ୍ୟକୁ ଏକତ୍ରିତ ଖାଇବା ଦ୍ୱାରା ଶରୀରରେ ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଏ। ଶରୀରର ବିଭିନ୍ନ ସ୍ଥାନରେ ଦାଗ ମଧ୍ୟ ସୃଷ୍ଟି ହୋଇଥାଏ।
ମାଛ –
ଚିକେନ ଓ ମାଛ ଉଭୟ ଖାଇବାକୁ ସୁଆଦିଆ ଲାଗି ଥାଏ। ଏହି ଦୁଇଟି ଖାଦ୍ୟରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ମାତ୍ର ଉଭୟରେ ଭିନ୍ନ ଭିନ୍ନ ପ୍ରକାରର ପ୍ରୋଟିନ ରହିଛି। ତେଣୁ ଏହାକୁ ଏକତ୍ରିତ ଖାଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଦହି –
ଚିକେନ ଖାଇବା ସମୟରେ ଭୁଲରେ ମଧ୍ୟ ଦହି ଖାଆନ୍ତୁ ନାହିଁ। ଚିକେନ ଆମ ଶରୀରରେ ଉଷ୍ଣତା ସୃଷ୍ଟି କରିଥାଏ ଓ ଦହି ପେଟକୁ ଥଣ୍ଡା କରିଥାଏ। ତେଣୁ ଦହି ଓ ଚିକେନକୁ ଏକତ୍ରିତ ଖାଇବା ଦ୍ୱାରା ଏହା ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
ପିଲାଙ୍କ ଠାରୁ ବୟସ୍କ ଅନେକ ଲୋକେ ବିିଭିନ୍ନ ଖାଦ୍ୟରେ ଟମାଟୋ ସସ୍‍ ଖାଇ ଥାଆନ୍ତି। ରୁଟି ଠାରୁ ଆରମ୍ଭ କରି ବିଭିନ୍ନ ଛଣାଛଣି ଆଦିରେ ସସ୍‍ ଖାଇଥାଆନ୍ତି। ମାତ୍ର ଏହାକୁ ଅଧିକ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
ବିଶେଷଜ୍ଞଙ୍କ ମତରେ ନିୟମିତ ୧ ଚାମଚ ଟମାଟୋ ସସ୍‍ ଖାଇବା ଦ୍ୱାରା ଶରୀରରେ ଲୁଣର ମାତ୍ରା ବୃଦ୍ଧି ପାଇଥାଏ।
ଏହାସହ ମୋଟାପଣ ବୃଦ୍ଧି ହୋଇଥାଏ।
ଟମାଟୋ ସସ୍‍ ରେ ବ୍ୟବହାର ହୋଇଥିବା କେତେକ ଜିନିଷ ଶରୀରରେ ଏସିଡିଟି ସମସ୍ୟା ବଢାଇଥାଏ।
ଅତ୍ୟଧିକ ପରିମାଣରେ ଟମାଟୋ ସସ୍‍ ର ସେବନ କରିବା ଦ୍ୱାରା ବୃକକରେ ପଥର ଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ।

 

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories