କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ସାଇ ବିହାର ଲେନରେ ରହୁଥିବା ବ୍ୟବସାୟୀ ଙ୍କ ଗ୍ୟାରେଜ୍ କୁ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ କରିବା ପରେ ଦୁର୍ବତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ବୋମାମାଡରେ ଗ୍ୟାରେଜରେ ନିଆଁ ଲାଗି ଯାଇଥିଲା। ଫଳରେ ୨ ଦୁଇଟି ଦାମୀ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବର୍ତ୍ତମାନ୍ ପର୍ଯ୍ୟନ୍ତ ବୋମାମାଡ଼ର ପ୍ରକୃତ କାରଣ ଜଣାପଡିନଥିବାବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ବ୍ୟବସାୟୀଙ୍କ ଗ୍ୟାରେଜକୁ ବୋମାମାଡ଼: ଦାମୀ ଗାଡ଼ି ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
Popular Categories



