www.samajalive.in
Friday, December 12, 2025
14.1 C
Bhubaneswar

ବାତ୍ୟା “ଦାନା” ପରିଚାଳନାରେ ସରକାର ସମ୍ପୂର୍ଣ ଭାବେ ସଫଳ-ମନ୍ତ୍ରୀ

ଭୁବେନେଶ୍ବର: ବାତ୍ୟା ‘ଦାନା’ର ପରବର୍ତୀ ସମୟରେ ବର୍ଷାର ପରିମାଣ କମିଥିବା ବେଳେ ଏବେ ପାଗ ବଦଳିଛି। ବାତ୍ୟା ପ୍ରଭାବିତ ଜିଲା ଗୁଡିକରେ ଜୀବନ ଯାତ୍ରା ସ୍ବ।ଭାବିକ ହେଲାଣି। ରାସ୍ତା ସଫା ହେଇ ଗମନ। ଗମନ ବ୍ୟବସ୍ତା ସୁଧାର ଆସିବା ସହ ବିଦ୍ୟୁତ ସରବରାହ ଓ ପୁନଃ ସଂଯୋଗ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ବାତ୍ୟା ପ୍ରଭାବରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର,ନୟାଗଡ଼, କଟକ ଓ ଢେଙ୍କାନାଳଆଦି ୧୪ ଟି ଜିଲା ପ୍ରଭାବିତ ହେଇଛି। ଏଥିରେ ୧୦୮ ଟି ବ୍ଲକ୍ ର ୧୬୭୧ ଟି ଗ୍ରାମପଞ୍ଚାୟତ ଓ ୮୩୧୭ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ,୩୧ଟି ସହରାଞ୍ଚଳର୪୨୬ ଟି ୱାର୍ଡର ୩୫,୯୫,୦୧୫ ଜନସାଧାରଣ ପ୍ରଭାବିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ଲକ୍ଷ୧୦ହଜାର ୮୯୬ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି। ବାତ୍ୟା ସମୟ ରେ ୬୨୧୦ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ସେଥି ମଧ୍ୟ ରୁ ବର୍ତମାନ ୧୧୭୮ଟି କାର୍ୟକ୍ଷମ ଅଛି। ସେଠାରେ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଏହି ବ୍ୟବସ୍ତା ଆଗାମୀ ୭ ଦିନ ପର୍ଯ୍ୟନ୍ତ ଚାଲୁ ରହିବ। ଏବେ ସୁଦ୍ଧା ୨୩୨୨କୁଇଣ୍ଟାଲ ଚୁଡା ଓ ୨୯୭ କୁଇଣ୍ଟାଲଗୁଡ ଓ ୭୫୫ ପ୍ୟାକେଟ ପଲିଥିନ ରୋଲ ରିଲିଫ୍ ଆକାରରେ ବଣ୍ଟା ଯାଇଛି । ଲଗାଣ ବର୍ଷା ଯୋଗୁଁଁ ୬୫୯୮୪୨ ରୁ ଅଧିକ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।

- Advertisement -

ବର୍ତ୍ତମାନ ସୁଦ୍ଧା ୩୩୫ ଟି ଡାକ୍ତରୀଦଳ ଓ ୨୦୧ଟି ପଶୁଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨୫୦୯୧.୭ ହେକ୍ଟର ଚାଷ ଜମି ଓ ୫୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାଦ୍ବାରା କୁଡିଆ ଘର, ମାଟିଘର, ଓ ଚ।ଳଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପଞ୍ଚୟତିରାଜ ବିଭାଗ ପକ୍ଷରୁ ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି। ସ୍ବତନ୍ତ୍ର ରିଲିଫ କମିଶନର ସମସ୍ତ ବିଭାଗ ର ସଚିବ ଓ ୧୪ ଟି ଜିଲ୍ଲାର ଜିଲ୍ଲାପାଳ ଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତି ର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ବାତ୍ୟା ସମୟରେ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ ରକ୍ଷା କରି କାର୍ୟ କରିବା ଫଳରେ ବାତ୍ୟାର ସଫଳ ପରିଚାଳନା ସମ୍ଭବ ହୋଇ ପାରିଲା। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ‘ଶୂନ ମୃତ୍ୟୁହାର’ ବୋଲି ରାଜସ୍ବ ଓ ବିପର୍ଜୟ ପରିଚାଳନା ମନ୍ତୀ ଶ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories