www.samajalive.in
Saturday, December 6, 2025
14.1 C
Bhubaneswar

ହୃଦୟ ବିଦାରକ ଦୃଶ୍ୟ: ସାଙ୍ଗମାନଙ୍କ ସହିତ ବସି କଥା ହେଉଥିଲେ, ଟଳିପଡ଼ିଲେ ଯୁବକ

ସମାଜ ଡିଜିଟାଲ ଡେସ୍କ: ହୃଦଘାତ ଏବେ ସାଧାରଣରେ ପରିଣତ ହେଲାଣି। କମ୍‌ ବୟସର ଯୁବପିଢ଼ି ଏଥିରେ ଅଧିକ ଶିକାର ହେଉଥିବା ଦେଖିବାକୁ ମିଳିଛି। ଏମିତି ଏକ ଦୃଶ୍ୟ ଆସିଛି ମଧ୍ୟପ୍ରଦେଶରୁ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଦୋକାନରେ ୪/୫ ଜଣ ସାଙ୍ଗ ଏକାଠି ବସିଥିଲେ। ସେମାନେ ପରସ୍ପର ସହିତ କଥା ହେଉଥିଲେ। ଏହି ସମୟରେ ଚୌକିରେ ବସିଥିବା ଜଣେ ଯୁବକ ହଠାତ ଟଳି ପଡ଼ିଥିଲେ। କ’ଣ ହେଲା କେହି କିଛି ବୁଝିପାରି ନ ଥିଲେ। ତୁରନ୍ତ ଜଣେ ସାଙ୍ଗ ତାଙ୍କୁ ତଳୁ ଉଠାଇ ବସାଇଥିଲା। ଆଉ ଜଣେ ସାଙ୍ଗ ଡାକ୍ତରଖାନା ନେବାକୁ ଗାଡ଼ି ଡାକିବାକୁ ଗଲା। ଅନ୍ୟ ଜଣେ ସାଙ୍ଗ ଯୁବକଙ୍କ ଯେତେ ଉଠାଇବାକୁ ଚେଷ୍ଟା କଲେ ବି ସେ ଉଠିଲେ ନାହିଁ। କିଛି ସମୟ ପରେ ତାଙ୍କୁ ଡାକ୍ତରଖାନା ନିଆଗଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ଡାକ୍ତର କହିଛନ୍ତି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories