www.samajalive.in
Saturday, December 6, 2025
23.1 C
Bhubaneswar

ହଟିଲେ ବାବର୍‌, ରିଜଓ୍ବାନ ହେଲେ ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ହଟିଛନ୍ତି ବାବର ଆଜମ। ତାଙ୍କ ସ୍ଥାନରେ ମହମ୍ମଦ ରିଜଓ୍ବାନଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ରିଜଓ୍ବାନଙ୍କୁ ଦିନିକିଆ ଏବଂ ଟି-୨୦ କ୍ରିକେଟ ଦଳର ଅଧିନାୟକ ପଦ ମିଳିଛି। ସେହିପରି ସଲମାନ ଅଲ ଆଘାଙ୍କୁ ଉପଅଧିନାୟକ ପଦବୀରେ ନିଯୁକ୍ତ କରାଯାଇଛି।

ବାବର ଆଜମଙ୍କ ନେତୃତ୍ଵରେ ପାକିସ୍ତାନ ଟିମ ଦୀର୍ଘ ଦିନ ଧରି ଖରାପ ପ୍ରଦର୍ଶନ କରିଆସୁଛି। ନିକଟରେ ଆଇସିସିର ଏକାଧିକ ଟୁର୍ଣ୍ଣାମେଣ୍ଟରେ ବାବରଙ୍କ ନେତୃତ୍ଵରେ ଦଳ ବିଫଳ ହୋଇଛି। ବିଭିନ୍ନ ମହଲରୁ ସମାଲୋଚନା ପରେ ବାବର ଆଜମ ଅଧିନାୟକ ପଦବୀରୁ ଇସ୍ତଫା ଦେଇଥିଲେ। ସାମାଜିକ ଗଣମାଧ୍ୟମରେ​‌ ସେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଆଗାମୀ ନଭେମ୍ବର ୪ରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ରିଜଓ୍ବାନ ଦଳର ନେତୃତ୍ଵ ନେବେ। ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories