www.samajalive.in
Monday, December 15, 2025
16.1 C
Bhubaneswar

ଡେରିରେ ହେଉପଛେ ପାପର ଫଳ ଏଇଠି ମିଳେ!ଜୀବନର ଶେଷ ସମୟରେ ଜେଲ୍‌ରେ

ପାଟଣା – ବିହାରରେ ଘଟିଛି ଏକ ଅଭାବନୀୟ ଘଟଣା । ୧୯ ବର୍ଷ ଏବଂ ୨୧ ବର୍ଷ ବୟସରେ ଦୁଇ ଜଣ କରିଥିଲେ ଚୋରି । ଏବେ ୬୮ ଏବଂ ୭୦ ବର୍ଷ ବୟସରେ ଗିରଫ ହୋଇଛନ୍ତି । ମାତ୍ର ପୁଲିସକୁ ଏହି ଚୋରମାନଙ୍କୁ ଧରିବା ପାଇଁ ୪୯ ବର୍ଷ ଲାଗିଗଲା । ୧୯୭୪ ମସିହାରେ ବିହାରର ସୋନପୁର ଅଞ୍ଚଳରେ ଏକ ବଡ ଧରଣର ଚୋରି ହୋଇଥିଲା । ରେଳ ବିଭାଗରୁ ଲୁହା ଚୋରି ହୋଇଥିବାର ମାମଲା ରୁଜୁ କରାଯାଇଥିଲା । ୨୩/୧୯୭୪ ସଂଖ୍ୟାରେ ରେଳବାଇ ଥାନାରେ ମାମଲା ରୁଜୁ କରାଯାଇଥିଲା । ୪୯ ବର୍ଷ ପରେ ଆର୍‌ପିଏଫ୍‌ ଏଥିରେ ଜଡିତ ଦୁଇ ଅପରାଧି ପ୍ରଭୁ ରାୟ ଏବଂ ଗୋଧନ ଭଗତଙ୍କୁ ଗିରଫ କରିଛି ।

ଗତ କିଛି ଦନି ଧରି ଏହି ମାମଲାରେ ପୁଲିସ ପକ୍ଷରୁ ବାରମ୍ବାର ଚଢଉ କରାଯାଇଥିଲା । ୪୯ ବର୍ଷ ପୂର୍ବରୁ ଅପରାଧିମାନେ ଗାଁରୁ ସମ୍ପତ୍ତି ବିକ୍ରି କରି ଫେରାର ହୋଇଯାଇଥିଲେ । ହେଲେ ନୟାଗାଁଓରୁ ପୁଲିସ ସେମାନଙ୍କୁ ଗିରଫ କରିଛି । ଜୀବନର ଶେଷ ସମୟରେ ଅଶାନ୍ତିରେ ଜେଲ୍‌ ଭିତରେ କଟୁଛି । ୨୦୦୧ ମସିହାରେ ଏମାନଙ୍କୁ ଗିରଫ କରିବା ପାଇଁ ଅଦାଲତ ଓ୍ୱାରେଣ୍ଟ ଜାରି କରିଥିଲେ । ହେଲେ ପୁଲିସ ଏମାନଙ୍କୁ ଏତେ ବିଳମ୍ବରେ ଗିରଫ କରିଛି । ୪୯ ବର୍ଷ ତଳର ଚୋରି ପାଇଁ ଦୁଇ ଅପରାଧିଙ୍କ ଶେଷ ଜୀବନ ଏକ ପ୍ରକାର ଜେଲ୍‌ ଭିତରେ କଟିବ ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories