www.samajalive.in
Sunday, December 14, 2025
26.1 C
Bhubaneswar

ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍

କେନ୍ଦୁଝରଗଡ଼: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ସ୍ପେଶାଲ କୋର୍ଟ ଫାଷ୍ଟ ଟ୍ରାକ୍‌‌ କେନ୍ଦୁଝର ଶୁକ୍ରବାର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଘଟଗାଁ ଥାନା ଭୋଳବେଡା ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ୨୦୧୯ ରଜ ପୂର୍ବରୁ ଜଙ୍ଗଲକୁ ଗୋ-ସମ୍ପଦ ଚରାଇବାକୁ ଯାଇଥିବା ବେଳେ ସେହି ଗ୍ରାମର ୬୦ବର୍ଷ ବୟସ୍କ ବୃଦ୍ଧ ମୁଟୁ ଓରଫ ମାନଗୋବିନ୍ଦ ମୁଣ୍ଡା ଜୋରଜବରଦସ୍ତ ସମ୍ପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିବା ସହ ଏକଥା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଘଟଣାର ମାସକ ପରେ ସମ୍ପୃକ୍ତ ନାବାଳିକା ଜଣକ ପେଟ ବ୍ୟଥା ହେବାରୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପରିବାର ଲୋକେ ସଙ୍ଗରେ ନେଇଥିବା ବେଳେ ନାବାଳିକା ଜଣକ ଗର୍ଭବତୀ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଥିଲେ। ଜୀବନରେ ମାରି ଦେବା ଧମକ କାରଣରୁ ଦୁଷ୍କର୍ମର ଶୀକାର ସତ୍ତ୍ବେ ଘଟଣା ସମ୍ପର୍କରେ ଲୁଚାଇଥିବା ନାବାଳିକା ଜଣକ କହିବାରୁ ପୀଡ଼ିତାଙ୍କ ଭାଇ ଚନ୍ଦ୍ରଶେଖର ମୁଣ୍ଡା ଏ ସମ୍ପର୍କରେ ୨୬ ଜୁଲାଇ ୨୦୧୯ରେ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଘଟଗାଁ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ଅଭିଯୁକ୍ତ ମାନଗୋବିନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଶୁକ୍ରବାର ମାମଲାର ଚୂଡାନ୍ତ ଶୁଣାଣୀ କରି ସ୍ପେଶାଲ କୋର୍ଟ ଫାଷ୍ଟ ଟ୍ରାକ୍‌‌ କେନ୍ଦୁଝରର ବିଚାରପତି ମାନସ କୁମାର ମିଶ୍ର ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭଯୁକ୍ତ ମାନଗୋବିନ୍ଦକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ମାସ ସଶ୍ରମ କାରାଦଣ୍ଡ ଆଦେଶ କରିଛନ୍ତି। ଏଥିସହ ପୀଡିତାଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣକୁ ବିଚାରପତି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ପୀଡିତାଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଜ୍ଞାନେନ୍ଦ୍ରନାଥ ଜେନା ମୋକଦ୍ଦମା ପରିଚାଳନା କରୁଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories