ରାଜ୍ୟର ବିଭିନ୍ନ ଅଂଚଳରେ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି’ରୁ ୧୭ ଲକ୍ଷ ୪୫ ହଜାର ଟଙ୍କା ମଂଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ମଂଜୁର କରିଛନ୍ତି। ମଂଜୁର ହୋଇଥିବା ସହାୟତା ମଧ୍ୟରେ ୮ ଜଣଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହାୟତା ଦିଆଯାଇଥିବା ବେଳେ ୪ ଜଣଙ୍କୁ ୭୫ ହଜାର ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି। ମୋଟ ୨୯ ଜଣଙ୍କୁ ଏଭଳି ସହାୟତା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।
CM @Naveen_Odisha sanctioned CMRF funds to applicants for treatment of critical ailments. pic.twitter.com/Ukc11mz8Wt
— CMO Odisha (@CMO_Odisha) January 1, 2021
ସହାୟତା ପାଇଥିବା ୨୯ ଜଣଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଜଣ ଥିବା ବେଳେ ଗଂଜାମ, ପୁରୀ ଓ ସୁବର୍ଣ୍ଣପୁରରୁ ୩ ଜଣ ଲେଖାଏଁ ଓ କେନ୍ଦ୍ରାପଡା, ଭଦ୍ରକ, ସମ୍ବଲପୁର, କଟକ, କେନ୍ଦୁଝର, ସମ୍ବଲପୁର ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି। ପୂର୍ବରୁ ଗତ ଡିସେମ୍ବର ୨୪ରେ ରାଜ୍ୟର ୫୧ ଜଣଙ୍କ ପାଇଁ ୩୩ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତାଯୋଗୀ ଦିଆଯାଇଥିଲା।




