www.samajalive.in
Friday, December 5, 2025
20.1 C
Bhubaneswar

ରବିବାରଠୁ ଖୋଲିବ ମା’ ସମଲେଶ୍ୱରୀ ମନ୍ଦିର; ଜିଲାପାଳ କଲେ ସମୀକ୍ଷା

ସମ୍ବଲପୁର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିର ଦୀର୍ଘ ୮ ମାସ ପରେ ରବିବାର ସକାଳୁ ଖୋଲିବ। କୋଭିଡ-୧୯ କଟକଣା ମଧ୍ୟରେ ମନ୍ଦିରରେ ମାଙ୍କ ଦର୍ଶନ ପାଇଁ ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏଣୁ ୩ ତାରିଖରୁ ମନ୍ଦିର ଖୋଲିବା ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ପ୍ରାକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିବା ବେଳେ ସମ୍ବଲପୁର ଜିଲାପାଳ ଶୁଭମ ସାକ୍ସେନା ଶନିବାର ପୂର୍ବାହ୍ନରେ ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଜିଲାପାଳ ଗସ୍ତ ସମୟରେ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଙ୍ଗାଧର, ଡେପୁଟି କଲେକ୍ଟର ବି. ବି. ଦାଶ, ଏସଡିପିଓ ତପନ କୁମାର ମହାନ୍ତି ଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ଟ୍ରଷ୍ଟ ବୋର୍ଡର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏ ସର୍ମ୍ପକରେ ଜିଲାପାଳ ଶୁଭମ ସାକ୍ସସେନା କହିଛନ୍ତି ଯେ, ଆସନ୍ତା କାଲି ଠାରୁ ମାଁ ସମଲେଶ୍ୱରୀ ମନ୍ଦିର ସମେତ ସମସ୍ତ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଜିଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏଥି ପାଇଁ ଏକ ସ୍ୱତନ୍ତ୍ର ଏସଓପି ଜିଲା ପ୍ରଶାସନ ତରଫରୁ ଜାରି କରାଯାଇଛି। ଏଣୁ ଜିଲାବାସୀ ଜାରି କରାଯାଇଥିବା ଏସଓପିକୁ କଡାକଡି ପାଳନ କରି ପୁଲିସ ଓ ମନ୍ଦିର ପ୍ରଶାସନକୁ ସହଯୋଗ କରି ଦର୍ଶନ କରିବେ ବୋଲି ମୋର ଅନୁରୋଧ ବୋଲି ଜିଲାପାଳ ସାକ୍ସସେନା କହିଛନ୍ତି।

ଏ ସମ୍ପର୍କରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି ଯେ, ରବିବାରଠାରୁ ମନ୍ଦିର ଖୋଲିବାକୁ ଥିବାରୁ ଜିଲାପାଳ, ଏସପି ଓ ଅନ୍ୟ ଅଧିକାରୀ ମାନେ ମନ୍ଦିର ପରିଦର୍ଶନ କରି ପ୍ରାକ ପ୍ରସ୍ତୁତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ୮ ମାସ ପରେ ମନ୍ଦିର ଖୋଲିବାକୁ ଥିବାରୁ ଅନ୍ୟାନ୍ୟ ଆବଶ୍ୟକତା ଉପରେ ମଧ୍ୟ ଜିଲାପାଳ ଓ ଅନ୍ୟ ଅଧିକାରୀ ମାନଙ୍କୁ ଅବଗତ କରାଯାଇଛି। ଏବେ ମନ୍ଦିର ସକାଳ ୬ଟାରୁ ଦିନ ସାଢ଼େ ୧୧ ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ମନ୍ଦିରର ଦ୍ୱାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲା ରହିବ। ଅନ୍ୟ ସମୟରେ ମନ୍ଦିରର ସାନିଟାଇଜେସନ ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଯେଉଁ ଭକ୍ତ ମାନେ ମନ୍ଦିରକୁ ଆସିବେ ପରିସର ମଧ୍ୟକୁ ପ୍ରବେଶ ପୂର୍ବରୁ ସେମାନେ ନିଜର ପରିଚୟ ପତ୍ର ଦେଖାଇବା ସହିତ ମାସ୍କ ପିନ୍ଧି ଆସିବା ଜରୁରୀ ଅଟେ। ପରିସର ପ୍ରବେଶ ପୂର୍ବରୁ ହାତ ସାନିଟାଇଜେସନ, ଥର୍ମାଲ ଚେକିଂ, ସାମାଜିକ ଦୂରତ୍ୱ ରକ୍ଷା କରି କମ ସମୟ ମଧ୍ୟରେ ଦର୍ଶନ ଯେମିତି କରିପାରିବେ ସେଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରାଯାଇ ସ୍ଥାନ ଚିହ୍ନିତ କରାଯାଇଛି। ଆସନ୍ତା ୮ ତାରିଖରୁ ମନ୍ଦିର ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିବ। ଏହା ସହିତ ଆସନ୍ତା ୧୦ ତାରିଖ ରବିବାର ଠାରୁ ପ୍ରତି ରବିବାର ମନ୍ଦିରର ସାନିଟାଇଜେସନ ପାଇଁ ଦର୍ଶନ ବନ୍ଦ ରହିବ। ଏହା ସହିତ ପ୍ରଶାସନ ଦ୍ୱାରା ଦିଆଯାଇଥିବା ଏସଓପିକୁ କଡାକଡି ଭାବରେ ପାଳନ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି। ଏବେ ମଧ୍ୟ କରୋନା ସଂକ୍ରମଣର ଭୟ ରହିଥିବାରୁ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ମନ୍ଦିର ନ ଆସିବାକୁ ବୋର୍ଡ ସଭାପତି ସଞ୍ଜୟ ବାବୁ ଅନୁରୋଧ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, କରୋନା ସଙ୍କଟ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଜିଲାରେ ମାଁ ସମଲେଶ୍ୱରୀ ମନ୍ଦିର ସମେତ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ବନ୍ଦ ରହିଛି। ଏବେ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ମନ୍ଦିର ମଧ୍ୟକୁ ଭକ୍ତ ମାନେ ଫୁଲ, ଦୀପ, ଧୂପ, ନୈବଦ୍ୟ ଆଦି କୌଣସି ପୂଜା ସାମଗ୍ରୀ ନେଇ ପାରିବେ ନାହିଁ। ବେଢ଼ା ଦର୍ଶନ ଓ ଗମ୍ଭୀରା ମଧ୍ୟକୁ ପ୍ରବେଶ ମଧ୍ୟ ନିଷେଧ କରାଯାଇଛି। ପୂଜକ ମାନଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ବିଗତ ୮ ମାସ ହେବ ଧାର୍ମିକ ଅନୁଷ୍ଠାନ ଗୁଡିକ ବନ୍ଦ ରହିଥିବାରୁ ଆକୁଳ ହୋଇ ରହିଥିବା ଭକ୍ତ ମାନଙ୍କ ପାଇଁ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି।

 

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories