www.samajalive.in
Monday, December 15, 2025
26.1 C
Bhubaneswar

କଂଗ୍ରେସ ପକ୍ଷରୁ କଳିଙ୍ଗ ନଗର ଆଦିବାସୀ ଶହୀଦ ଦିବସ ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଫୁଲବାଣୀ: ଗତ ୨୦୦୬ ଜାନୁଆରୀ ୨ ତାରିଖରେ ଯାଜପୁରର କଳିଙ୍ଗନଗରଠାରେ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରି ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ୧୬ ଜଣ ଆଦିବାସୀଙ୍କ ଶହୀଦ ହେବାର ୧୫ ବର୍ଷ ପୂର୍ତ୍ତି ଅବସରରେ ଆଜି କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ଏ ଅବସରରେ ଜିଲା ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଆଜି ପର୍ଯ୍ୟନ୍ତ ଏହି ନୀରିହ ଆଦିବାସୀମାନଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଇ ନାହିଁ ବୋଲି ଦଳୀୟ ନେତାମାନେ ଅବଶୋଷ ପ୍ରକାଶ କରିଥିଲେ। ଶିଳ୍ପ ପ୍ରତିଷ୍ଠା ନାମରେ ଏହା ତତ୍କାଳିନ ଜନତା ଦଳ ସରକାରଙ୍କ ଆଦିବାସୀ ମାରଣ ନିତି ବୋଲି ବକ୍ତାମାନେ ଏ ଅବସରରେ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ନଗର ସଭାପତି ବିଜୟ ମହାନ୍ତି, ପୂର୍ବତନ କାଉନସିଲର କାମଦେବ ବେହେରା, ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ଯୁବ ନେତା ସୂର୍ଯ୍ୟକାନ୍ତ ଦାସ, ବରିଷ୍ଠ ନେତା ହେମନ୍ତ କର, ଯୁବନେତା ଶିବଶଂକର ବେହେରା, ବଳଦେବ ବେହେରା, ଗୌରଚରଣ ବେହେରା, ସଂସାର ଭୋଇ, ହୃଷିକେଶ ବେହେରା, ମନୋଜ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories