www.samajalive.in
Saturday, December 6, 2025
14.1 C
Bhubaneswar

ଓସ୍କାର ଦୌଡ଼ରେ ‘ଦ ଚେକ୍‍ ପୋଷ୍ଟ’

ଭୁବନେଶ୍ୱର : ଝିଅଟି ଥିଲା ଅନାଥ। ଏକ ଫାଟକ ନିକଟରେ ବାଦାମ ବିକୁଥିଲା। ସମୟକ୍ରମେ ଝିଅଟି ପ୍ରତି ଆକର୍ଷିିତ ହୋଇଥିଲେ ଜଣେ ସାମ୍ବାଦିକ। କ୍ରମେ ତାକୁ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରିଥିଲେ। ଦିନ ଉକ୍ତ ସାମ୍ବାଦିକ ତାଙ୍କ ବନ୍ଧୁଙ୍କ ସହିତ ଉକ୍ତ ଝିଅଟିକୁ ଆଣିବାକୁ ଯାଇଥିଲେ ହେଲେ ପୂର୍ବଦିନ ଉକ୍ତ ଝିଅର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଥିଲା। ଏଭଳି ଏକ ସତ୍ୟ ଘଟଣାକୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର ‘ଦ ଚେକ୍‌ ପୋଷ୍ଟ’।
ଓଡ଼ିଶାର ପ୍ରଯୋଜନା ସଂସ୍ଥା ଗୋଲଡେନ ଟ୍ରାଏଙ୍ଗଲ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଦ ଚେକ୍‍ ପୋଷ୍ଟ’ ଇରାନ, ଇଂଲଣ୍ଡ, ଲୁଥାଇନିଆ ଆଦି ରାଷ୍ଟ୍ରର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ସିନେ ସମୀକ୍ଷକଙ୍କ ମନ ଜିଣିସାରିଛି। ଫେଡେରେସନ ଅଫ ଇଣ୍ଡିଆରେ ଚଳଚ୍ଚିତ୍ରଟି ତାଲିକାଭୁକ୍ତ ହୋଇସାରିଛି। ତେବେ ଏହି ଫେଡେରେସନ ଅଫ ଇଣ୍ଡିଆ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ଏକାଡେମୀ ବା ଓସ୍କାରକୁ ପଠାଇଥାଏ। ସେହିକ୍ରମରେ ୯୩ତମ ଏକାଡେମୀ ବା ଓସ୍କାର ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯୋଗ୍ୟତା ଅନୁସାରେ ଏହି ଚଳଚ୍ଚିତ୍ର ଏଥିରେ ସାମିଲ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିର୍ଦେଶକ ହାସନ ନାଜରା। ଶ୍ରୀ ହାସନ ହେଉଛନ୍ତି ବ୍ରିଟିଶ-ଇାରାନୀୟ ନିର୍ଦେଶକ। ଏହି ଚଳଚ୍ଚିତ୍ରଟି ସତ୍ୟ ଘଟଣା ଉପରେ ଅଧାରିତ ହୋଇଛି। ସାମ୍ବାଦିକ ପ୍ରିୟରଞ୍ଜନ ସାହୁଙ୍କ ‘ତନଖି ଫାଟକ’ ବା ଚେକ୍‍ ଦି ପୋଷ୍ଟ ଉପରେ ଆଧାରିତ। କରୋନା ପରେ ପ୍ରେକ୍ଷାଳୟ ଖୋଲିବା ପରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories