ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୧୫ଦିନ ୨ଟାବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟରେ ପାରିବାରିକ ବିବାଦର ଆପୋସ ସମାଧାନ ଲାଗି ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଆଲୋଚନା ହେବ। ମଧ୍ୟସ୍ଥତା କେନ୍ଦ୍ରର କୋର୍ଡିନେଟରଙ୍କ ଉପସ୍ଥିତିରେ ଭିଡ଼ିଓ କନଫରେସିଂ ମାଧ୍ୟମରେ ଉଭୟ ଅନୁଭବ ଓ ବର୍ଷା ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିବେ। ଆଲୋଚନାର ଫଳାଫଳ ଉଭୟଙ୍କ ପାରିବାରିକ ଭବିଷ୍ୟତକୁ ନିର୍ଦ୍ଧାରଣ କରିବ। ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮କୁ ଧାର୍ଯ୍ୟ ହୋଇଛି। ଦିଲ୍ଲୀର ପାଟିଆଲା ହାଉସ ପାରିବାରିକ ଅଦାଲତରେ ବିଚାରାଧୀନ ବିବାହବିଚ୍ଛେଦ ମାମଲା କଟକକୁ ସ୍ଥାନାନ୍ତର କରିବା ନିମନ୍ତେ ବର୍ଷାଙ୍କ ତରଫରୁ ଆଗତ ମାମଲାର ପ୍ରଥମ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଲାଗି ଗୁରୁତ୍ୱ ଆରୋପ କରିଥିଲେ।
ଅନୁଭବ-ବର୍ଷା ବିବାହବିଚ୍ଛେଦ ମାମଲା : ସୁପ୍ରିମକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ଆପୋସ ଆଲୋଚନା ୧୫ରେ
Popular Categories



