www.samajalive.in
Sunday, December 7, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ଦି ବଡି’ର ଟ୍ରେଲର

ମୁମ୍ବଇ : ଇମରାନ୍‍ ହାଶମୀ ଓ ଋଷି କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦି ବଡି’ର ଟ୍ରେଲର ଶୁକ୍ରବାର ରିଳିଜ୍‍ ହୋଇଛି। ଥ୍ରୀଲର୍‍ ଓ ସସ୍‍ପେନ୍ସରେ ଭରା ଏହି ଟ୍ରେଲରକୁ ଲୋକେ ଖୁବ୍‍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଏ ଦୁହିଁଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ବେଦିକା ଓ ସୋଭିତା ଧୁଲିପାଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
ଏହି ଚଳଚ୍ଚିତ୍ର ଏପରି ଏକ କାହାଣୀ ଉପରେ ଆଧାରିତ, ଯେଉଁଥିରେ ଜଣେ ମହିଳାଙ୍କ ମୃତଦେହ ଲ୍ୟାବ୍‍ରୁ ଗାୟବ ହୋଇଯାଉଛି। ହେଲେ ମୃତଦେହ କୁଆଡ଼େ ଗଲା ଏନେଇ କାହାକୁ କିଛି ଜଣାନାହିଁ। ଯେଉଁ ମହିଳାଙ୍କ ମୃତଦେହ ହଜିଯାଉଛି, ତାଙ୍କ ସ୍ୱାମୀ ଭୂମିକାରେ ଇମରାନ୍‍ ଅଭିନୟ କରିଛନ୍ତି। ଏହାପରେ ମୃତଦେହକୁ ଖୋଜିବା ଆରମ୍ଭ ହେଉଛି ଏବଂ ଏହାସହିତ ଅନେକ ଲୁକ୍କାୟିତ ତଥ୍ୟ ସାମ୍ନାକୁ ଆସିବାରେ ଲାଗୁଛି।
ସୁନୀର ଖେତରପାଲଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଜିତୁ ଜୋସେଫ ବହନ କରିଛନ୍ତି। ‘ଦି ବଡି’ ୧୩ ଡିସେମ୍ବରରେ ପରଦାକୁ ଆସିବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories