ମୁମ୍ବଇ : ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଐତିହାସିକ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍ସଙ୍ଗ୍ ୱାରିଅର୍’ର ଟିଜର୍ ଶୁକ୍ରବାର ରିଲିଜ୍ ହୋଇଛି। ଏହା ସହିତ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ୧୯ ନଭେମ୍ବରରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବ। ଟିଜର୍ ଭିଡିଓରେ ଅଜୟ ରଣଭୂମିରେ ମରାଠାଙ୍କ ପତାକା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ସେ କହୁଛନ୍ତି, ସ୍ୱରାଜଠାରୁ ବଳି ଆଉ କ’ଣ?
https://www.instagram.com/p/B44EkSnJuHS/?utm_source=ig_web_copy_link
ସୂଚନାଯୋଗ୍ୟ, ଚଳଚ୍ଚିତ୍ରରେ ଅଜୟଙ୍କ ବ୍ୟତୀତ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଅଜୟଙ୍କ ପତ୍ନୀ କାଜଲ୍ଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ସ୍ୱଳ୍ପ ଅବଧି ପାଇଁ ଅତିଥି କଳାକାର ଭାବେ ଦେଖିବାକୁ ମିଳିବ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୧୦ ଜାନୁଆରୀରେ ମୁକ୍ତିଲାଭ କରିବ।



